Saturday, November 15, 2025
14.8 C
Odisha

    ପିକଅପ ଭ୍ୟାନ ଉପରେ ମାଡ଼ିଗଲା ହାଇୱା : ୩ ମୃତ, ୮ ଗୁରୁତର

    ଆଗକୁ ପଢନ୍ତୁ

    କଣ୍ଟାମାଳ : ଦାଦନ ଖଟିବାକୁ ଯାଉଥିବା ବେଳେ ଦୁର୍ଘଟଣା । ୩ ମୃତ, ୮ ଗୁରୁତର ହୋଇଛି । ବୌଦ୍ଧ-କନ୍ଧମାଳ ସୀମାନ୍ତ ଲୁଇସିଂ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶ୍ରମିକମାନେ ଯାଉଥିବା ପିକଅପ ଭ୍ୟାନ ଉପରେ ମାଡ଼ିଗଲା ହାଇୱା । ଦୁର୍ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୮ ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କଣ୍ଟାମାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

    ମୃତକ ହେଲେ କଳାବତୀ କିସାନ ଓ ସୁକୁନି କିମାନ ଏବଂ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ବିଏସଏଫ ଯବାନ, ଅଗ୍ନିଶମ କର୍ମଚାରୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଛି  ।  ଏହି ଦାଦନ ଶ୍ରମିକମାନେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରୁ କନ୍ଧମାଳ ଜିଲ୍ଲା ବାଲନ୍ଦାପଡ଼ାର ଘାଟି ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । କଣ୍ଟାମାଳ ପୋଲିସ ଅଧିକ ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.8 ° C
    14.8 °
    14.8 °
    56 %
    1.4kmh
    0 %
    Fri
    15 °
    Sat
    25 °
    Sun
    25 °
    Mon
    26 °
    Tue
    26 °

    ସମ୍ବନ୍ଧିତ