Sunday, October 18, 2026
23.2 C
Odisha

    ପିଲାଙ୍କ ପାଇଁ କାଳ ସାଜିବ ସ୍ମାର୍ଟଫୋନ୍‌ ! କିପରି ପକାଇବ ଖରାପ ପ୍ରଭାବ

    ଆଗକୁ ପଢନ୍ତୁ

    ଛୋଟ ଛୁଆଠାରୁ ଆରମ୍ଭ କରି ବଡ଼ ଲୋକ ସମସ୍ତଙ୍କୁ ସ୍ମାର୍ଟଫୋନ୍‌ ନିଶା ଧରିଛି। ବିଷେଶ କରି ଛୋଟ ଛୁଆମାନେ ସ୍ମାର୍ଟଫୋନ୍‌ରେ ଗେମ୍‌ ନ ଖେଳିଲେ ଖାଉ ନାହାଁନ୍ତି। ଯେଉଁ ବୟସରେ ବାହାରେ ବୁଲି ଖେଳ କୁଦ କରିବା କଥା ସେତେବେଳେ ଘରେ ବସି ସ୍ମାର୍ଟଫୋନ୍‌ରେ ଗେମ୍‌ ଖେଳୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ସ୍ମାର୍ଟଫୋନ୍‌ ଆପଣଙ୍କ ପିଲାର କ’ଣ କ୍ଷତି କରୁଛି।

    ଜାଣନ୍ତୁ ସ୍ମାର୍ଟଫୋନ୍‌ ଆପଣଙ୍କ ପିଲା ଉପରେ କିପରି ଖରାପ ପ୍ରଭାବ ପକାଉଛି

    ୧. ଆପଣ ଛୋଟ ଛୁଆଙ୍କ କାନ୍ଦକୁ ଚୁପ୍‌ କରିବା ପାଇଁ ସ୍ମାର୍ଟଫୋନ୍‌ ଧରାଇ ଦେଉଛନ୍ତି। କିନ୍ତୁ ଏହା ପିଲାଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଥାଏ। ଛୋଟ ପିଲା ଯାହା ଦେଖିଥା’ନ୍ତି ସେଇଆ ଶିଖିଥା’ନ୍ତି। ତେଣୁ କାଟୁର୍ନ ଓ ଗେମ୍‌ ଦ୍ୱାରା ମସ୍ତିଷ୍କ ପ୍ରଭାବିତ ହେବାଦ୍ୱାରା ସବୁବେଳେ ସେମାନେ କାଟୁର୍ନ ଦୁନିଆରେ ରହିଥାନ୍ତି। ଏହାଦ୍ୱାରା ସେମାନଙ୍କର ଦକ୍ଷତାର ବିକାଶ ହୋଇନଥାଏ।

    ୨. ଆଜିକାଲିର ପିଲା ଅଧିକ ସମୟ ଫୋନ୍‌ରେ ଗେମ୍‌ ଖଳିବାରେ ବିତାଇଥାନ୍ତି। ସେଥିପାଇଁ ଖେଳ କୁଦ କରିବାକୁ ପସନ୍ଦ କରନ୍ତି ନାହିଁ। ପାଠ ପଢ଼ାରେ ସେମାନେ ଧ୍ୟାନ ଦେଇ ପାରନ୍ତି ନାହିଁ। ସବୁବେଳେ ଗେମ୍‌ ଖେଳିବାକୁ ଜିଦ୍ କରିଥା’ନ୍ତି।

    ୩. ସ୍ମାର୍ଟଫୋନ୍‌ରେ ଅଧିକ ସମୟ ବିତାଇବା ଦ୍ୱାରା ପିଲା ଖେଳକୁଦ କରିବାକୁ ସମୟ ପାଏ ନାହିଁ । ଏହା ଛୋଟ ଛୁଆଙ୍କ ଶାରିରୀକ ବିକାଶ ଉପରେ ପ୍ରଭାବ ପକାଇଥାଏ।

    ୪.ଯେଉଁ ପିଲାମାନେ ଅଧିକ ସ୍ମାର୍ଟଫୋନ୍‌ ବା ଟାବ୍‌ଲେଟ୍‌ ଅଧିକ ବ୍ୟବହାର କରିଥାନ୍ତି ସେମାନଙ୍କର ମୋଟା ହେବା ଓ ଓଜନ ବଢ଼ିବା ସମ୍ଭାବନା ୩୦ ପ୍ରତିଶତ ଅଧିକ ଥାଏ। ଧିରେ ଧିରେ ପିଲା ଏହା ସହ ଜଡ଼ିତ ରୋଗର ଶିକାର ହୋଇଥାନ୍ତି।

    ୫.ପ୍ରାୟ ୭୦ ପ୍ରତିଶତ ପିତାମାତା ପିଲାଙ୍କ ମୋବାଇଲ୍‌ ବ୍ୟବହାର ଉପରେ କୌଣସି କଟକଣା ଲଗାଇନଥା’ନ୍ତି। ଏହା ଦ୍ୱାରା ପିଲାମାନେ ଶୋଇବା ସମୟରେ ନ ଶୋଇ ଅଧିକ ରାତି ଯାଏ ଫୋନ୍‌ରେ ଗେମ୍‌ ଖେଳିଥାନ୍ତି। ଏହା ଦ୍ୱାରା ପିଲାମାନଙ୍କର ଯେତିକି ସମୟ ଶୋଇବା ଆବଶ୍ୟକ ତାହା ହୋଇପାରିନଥାଏ। ଏହା ମଧ୍ୟ ପିଲାମାନଙ୍କର ଶରୀର ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ।

    ୬.ଅଧିକ ମୋବାଇଲ ଫୋନ୍‌ର ବ୍ୟବହାର ଦ୍ୱାରା ପିଲାମାନଙ୍କର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ସେମାନେ ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି। ଅନ୍ୟମାନଙ୍କ ସହ ମିଶିବା ଖେଳିବା ପାଠ ପଢ଼ିବା ଅପେକ୍ଷା ସେମାନଙ୍କ ମସ୍ତିଷ୍କରେ ସବୁବେଳେ ମୋବାଇଲ୍‌ର କାଟୁର୍ନ ଓ ଗେମ୍‌ ରହିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ