Thursday, June 25, 2026
35 C
Odisha

    ପିଲାଙ୍କ ପାଠପଢ଼ା ବହିରେ ତ୍ରୁଟି, ସରିଲା ତଦନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପିଲାଙ୍କ ପାଠପଢ଼ା ବହିରେ ମାଳମାଳ ତ୍ରୁଟି ଘଟଣାରେ ତଦନ୍ତ ପାଇଁ ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂହଙ୍କ ନେତୃତ୍ବରେ ଗଠିତ ୩ ଜଣିଆ କମିଟିର ଅବଧି ସରିଛି । ୭ ଦିନ ଧରି ତନାଘନା କରିବା ପରେ ପୁସ୍ତକ ପ୍ରସ୍ତୁତିରେ କାହାର ଭୂମିକା କ’ଣ ରହିଥିଲା, କିଏ ଉତ୍ତରଦାୟୀ, କମିଟି ତାହା ଅନୁଧ୍ୟାନ କରିଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ବିଭିନ୍ନ ତଥ୍ୟ ଯାଂଚ କରିବା ପରେ ଏକାଧିକ ଫାଇଲ ନେଇଛନ୍ତି । ମୁଖ୍ୟତଃ କଣ୍ଟେଣ୍ଟ ପ୍ରସ୍ତୁତି ଓ ବିକଶିତ କରାଯାଇଥିବା ଦସ୍ତାବିଜର ତନ୍ନ ତନ୍ନ କରି ଯାଂଚ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି କମିଟି ରିପୋର୍ଟ ଦାଖଲ କରିପାରେ । ଏନେଇ କେଉଁ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ପାୱାର କରିଡରରେ ଚର୍ଚ୍ଚା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତରେଶହଶହ ତ୍ରୁଟି ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ସାରାରାଜ୍ୟ । ଲୋକସେବା ଭବନରୁ ଆରମ୍ଭ କରି ଗାଁ ଗହଳି ସବୁଠି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । SCERT ନିର୍ଦ୍ଦେଶିକା, ଉପ-ନିର୍ଦ୍ଦେଶକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ଏହି ତ୍ରୁଟି ସମ୍ପର୍କରେ କରିଛନ୍ତି ପଚରାଉଚରା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    35 ° C
    35 °
    35 °
    40 %
    1.8kmh
    92 %
    Thu
    34 °
    Fri
    39 °
    Sat
    38 °
    Sun
    38 °
    Mon
    36 °

    ସମ୍ବନ୍ଧିତ