Thursday, March 26, 2026
23.8 C
Odisha

    ପିଲା ମିଛ କହୁଥିଲେ, କେମିତି ବଦଳାଇବେ ଏହି ଅଭ୍ୟାସ

    ଆଗକୁ ପଢନ୍ତୁ

    ଭୟରେ ହେଉ ଅବା ଅନ୍ୟ କିଛି କାରଣ ପାଇଁ ପିଲାମାନେ ବେଳେବେଳେ ମିଛ କହି ଦିଅନ୍ତି। ତେବେ ଛୋଟବେଳରୁ ସେମାନଙ୍କର ଏହି ଅଭ୍ୟାସ ବଦଳାଇବା ଦରକାର।କାରଣ ଟିକେ ମିଛ କହିକହି ଯେତେବେଳେ ଅଧିକ ମିଛ କହେ, ସେତେବେଳେ କିଛି ଉପାୟ ନା ପାଇ ପାଗଳଙ୍କ ପରି ହୁଏ। ଏଥିପାଇଁ ଅଭିଭାବକଙ୍କ ପ୍ରୟାସ ନିତ୍ୟାନ୍ତ  ଜରୁରୀ…

    ଖୋଲା ପରିବେଶ   :   ପିଲାମାନେ ଗୁରୁଜନଙ୍କ ସ୍ନେହ ପାଇବା ପାଇଁ ବେଳେବେଳେ ମିଛ କଥା କହିଦିଅନ୍ତି। ଏଭଳି କ୍ଷେତ୍ରରେ ଅଭିଭାବକମାନେ ପିଲାଙ୍କୁ ଅନୁଭବ କରିବାକୁ ଦିଅନ୍ତୁ କି ସେମାନଙ୍କ ପାଇଁ ନିଃସର୍ତ୍ତ ଭଲପାଇବା ରହିଛି। କିନ୍ତୁ ମିଛ କହିଲେ ଆପଣଙ୍କ ଅନୁଭବ କେତେ କଷ୍ଟଦାୟକ ସେ ସମ୍ପର୍କରେ ପିଲାଙ୍କ ସହ ଖୋଲାଖୋଲି କଥା ହେବା ଉଚିତ ।

    ରାଗରେ ନୁହେଁ  ସ୍ନେହରେ ବୁଝାନ୍ତୁ :   ପିଲାଙ୍କୁ ସବୁବେଳେ ସ୍ନେହ ପ୍ରେମରେ ଭଲ କଥା କହି ବୁଝାନ୍ତୁ। ରାଗରେ କିମ୍ବା ମାଡ଼ ମାରି କହିଲେ ପିଲା ଅଧିକ ଜିଦିଆ ଏବଂ ରାଗି ପ୍ରକୃତିର ହୋଇଯାନ୍ତି। ତେଣୁ ସେମାନଙ୍କୁ ବୁଝାଇ କହିଲେ ହୁଏତ ମନକଥା କହିବା ପାଇଁ ସେମାନେ ପ୍ରସ୍ତୁତ ହୋଇପାରନ୍ତି ଏବଂ ସେମାନେ ସତ କହିବାକୁ ଚେଷ୍ଟା କରିବେ ।

    ଖରାପ ପ୍ରଭାବ କୁହନ୍ତୁ   :  ପିଲାମାନେ ଯଦି ଭୁଲ୍‌ କାମ କରୁଛନ୍ତି କିମ୍ବା ମିଛ କହୁଛନ୍ତି ତା’ର ପରିମାଣ କିପରି ଭବିଷ୍ୟତକୁ ନଷ୍ଟ କରିପାରେ ସେ ସମ୍ପର୍କରେ କୁହନ୍ତୁ। ଏଥିପାଇଁ ବିଭିନ୍ନ ପ୍ରକାର ଗପ କିମ୍ବା ଉଦାହରଣକୁ ମାଧ୍ୟମ କରିପାରନ୍ତି।

    ନିଜେ ସବୁବେଳେ ସତ କୁହନ୍ତୁ  :  ପିଲାମାନେ ପ୍ରଥମେ ଘର ପରିବେଶରୁ ହିଁ ବ୍ୟବହାର ଶିଖନ୍ତି। ତେଣୁ ଅଭିଭାବକମାନେ ନିଜେ ପ୍ରଥମେ ସତ କହିବା ଓ ଭଲ ବ୍ୟବହାର କରନ୍ତୁ। ଫଳରେ ପିଲାମାନେ ସେମାନଙ୍କ କାର୍ଯ୍ୟକଳାପ ଦେଖି ପ୍ରଭାବିତ ହୋଇପାରିବେ ଏବଂ ମିଛର ଆଶ୍ରୟ ନନେଇ ସତ କହିବେ।

    ପିଲାଙ୍କ ସହ ସାଙ୍ଗ ଭଳି ବ୍ୟବହାର   :  ପିଲାମାନଙ୍କୁ ଓପେନ ମାଇଣ୍ଡେଡ ହେବା ଶିଖନ୍ତୁ। ଆପଣମାନେ ଜଣେ ଅଭିଭାବକ ନୁହେଁ ଜଣେ ଭଲ ସାଙ୍ଗ ଭଳି ହୋଇ ସେମାନଙ୍କ ସହ କଥା ହେବା ଉଚିତ। ଏହା କଲେ ପିଲା ଭୟ ନକରି ଆପଣଙ୍କ ସାମ୍ନାରେ ସବୁ ସତ କହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    67 %
    1kmh
    18 %
    Thu
    38 °
    Fri
    40 °
    Sat
    39 °
    Sun
    40 °
    Mon
    41 °

    ସମ୍ବନ୍ଧିତ