Saturday, June 6, 2026
31.7 C
Odisha

    ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲା, ଶଙ୍କର ଓ ସୁରେଶର ହେବ ପଲିଗ୍ରାଫ ଟେଷ୍ଟ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର  : ଶଙ୍କର ଓ ସୁରେଶର ହେବ ପଲିଗ୍ରାଫ ଟେଷ୍ଟ । ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଦୁଇ ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ। ପୋଲିସର ଜେରା ବେଳେ କେତେ ସତ କେତେ ମିଛ କହିଛନ୍ତି ଅଭିଯୁକ୍ତ । ସେନେଇ ତନାଘନା କରିବାକୁ ହେବ ଟେଷ୍ଟ। ଏଥିପାଇଁ କ୍ରାଇମବ୍ରାଞ୍ଚ ପୋଲିସ ବ୍ରହ୍ମପୁର JMFC ଗ୍ରାମୀଣ କୋର୍ଟରେ ଆବେଦନ କରିଛନ୍ତି । ଆଜି ତାହାର ଶୁଣାଣି ଅଛି । ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ ଲାବ ସଂସ୍ଥାର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକର ପଲିଗ୍ରାଫ୍ ଟେଷ୍ଟ କରିବ କ୍ରାଇମ୍ ବ୍ରାଞ୍ଚ୍। କୋର୍ଟଙ୍କ ଅନୁମତି ପରେ ଉଭୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଷ୍ଟେଟ୍ ଫରେନସିକ୍ ଲାବର ପଲି ଲ୍ୟାବରେ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି । ପୂର୍ବରୁ କ୍ରାଇମବ୍ରାଞ୍ଚ ପୋଲିସ ଶଙ୍କର ସମେତ ୫ ଜଣଙ୍କୁ ଜେରା କରିବା ପାଇଁ ରିମାଣ୍ଡ ରେ ନେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    31.7 ° C
    31.7 °
    31.7 °
    46 %
    1.4kmh
    100 %
    Sat
    31 °
    Sun
    41 °
    Mon
    43 °
    Tue
    44 °
    Wed
    43 °

    ସମ୍ବନ୍ଧିତ