Wednesday, October 7, 2026
27.2 C
Odisha

    ପିସିସି ସଭାପତି ହେଲେ ଭକ୍ତ ଚରଣ ଦାସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶରତ ପଟ୍ଟନାୟକଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପିସିସି ସଭାପତି ପଦବୀ । ଭକ୍ତ ଚରଣ ଦାସ ନୂତନ ପିସିସି ସଭାପତି ଭାବରେ ନିଯୁକ୍ତ ନେଇଛନ୍ତି । ଏନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କଂଗ୍ରେସ ସଭାପତିଙ୍କ ଅନୁମୋଦନ ପରେ ନିଯୁକ୍ତି ପାଇଛନ୍ତି ଭକ୍ତ ଚରଣ ଦାସ। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଆଜି (ଫେବ୍ରୁଆରି ୧୧)ରେ ଏ ସଂକ୍ରାନ୍ତରେ ଏକ ପ୍ରେସ୍ ବିବୃତି ଜାରି କରିଛନ୍ତି। ଶ୍ରୀ ଦାସ ବିହାର, ମଣିପୁର ଓ ମିଜୋରାମ ପାଇଁ ଏଆଇସିସିର ପୂର୍ବତନ ପ୍ରଭାରୀ ଥିଲେ। କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟ, ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ରହିଥିବା ଶ୍ରୀ ଦାସ ୪ ଥର ସାଂସଦ ଓ ବିଧାୟକ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ