Wednesday, February 25, 2026
32.1 C
Odisha

    ପୁଅର ବିବାହ ପୂର୍ବରୁ ଭଣଜା ସହିତ ଫେରାର ହେଲା ମା’, ନେଇଗଲା ନଗଦ ଟଙ୍କା ଓ ଗହଣା

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଅଲିଗଢ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଥାନା ପାଲିମୁକିମପୁର ଅଞ୍ଚଳର ବିସନପୁର ଗାଁରେ ୩ଟି ଛୁଆର ମା’ ନିଜ ଭଣଜା ସହିତ ଫେରାର ହୋଇଯାଇଛି । ଏହି ଘଟଣାଟି କେବଳ ଘରେ ନୁହେଁ ବରଂ ଗାଁ ସାରା ଆତଙ୍କ ଖେଳାଇଦେଇଛି । ମହିଳା ଘରୁ ୧ ଲକ୍ଷ ଟଙ୍କା ନଗଦ ଏବଂ ଅଳଙ୍କାର ନେଇ ଘରୁ ପଳାଇଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି । ଏତିକି ନୁହେଁ ବରଂ ମହିଳା ଜଣଙ୍କ ଫେରାର ହେବା ଯୋଗୁଁ ମାର୍ଚ୍ଚ ୬ରେ ତାଙ୍କ ପୁଅର ହେବାକୁ ଥିବା ବିବାହ ମଧ୍ୟ ସଙ୍କଟରେ ରହିଛି ।

    ମହିଳାଙ୍କ ଏଭଳି କାର୍ଯ୍ୟରେ ପୁରା ଗାଁ ଆଶ୍ଚର୍ଯ୍ୟ ହୋଇଛି । କାରଣ ତାଙ୍କର ଏକ ଛୋଟ ପୁଅ ଅଛି । ଯାହାର ବିବାହ ହେବାକୁ ଯାଉଛି ଏବଂ ଅନ୍ୟ ଦୁଇଜଣ ଛୋଟ । ତାଙ୍କର ଏପରି ପଦକ୍ଷେପକୁ କେହି ବୁଝି ପାରୁନାହାଁନ୍ତି । ସ୍ୱାମୀଙ୍କ ଅଭିଯୋଗ ଆଧାରରେ, ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

    ବିସନପୁର ଗ୍ରାମବାସୀ ପୀଡିତ ସ୍ବାମୀଙ୍କ ଅନୁଯାୟୀ, ୨୫ ଜାନୁଆରୀରେ ତାଙ୍କ ସ୍ତ୍ରୀ ହଠାତ୍ ଘରୁ ନିଖୋଜ ହୋଇଯାଇଥିଲେ । ପ୍ରଥମେ ପରିବାର ଲୋକ ଭାବିଥିଲେ ଯେ, ସେ କୌଣସି ସମ୍ପର୍କୀୟଙ୍କ ଘରକୁ ଯାଇଛନ୍ତି । ବହୁତ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ସେମାନେ ପାଇଲେ ନାହିଁ । ଫଳରେ ସନ୍ଦେହ ବଢିଥିଲା । ପରେ ସେମାନେ ଜାଣିବାକୁ ପାଇଲେ ଯେ ସେ ତାଙ୍କ ଭଣଜାଙ୍କ ସହିତ ଘରୁ ଚାଲିଯାଇଛନ୍ତି ।

    ଏହାରି ମଧ୍ୟରେ ସ୍ୱାମୀ କହିଛନ୍ତି ଯେ, ମହିଳା ଜଣକ ଘରୁ ପ୍ରାୟ ୧ ଲକ୍ଷ ଟଙ୍କା ଏବଂ ଦାମୀ ଅଳଙ୍କାର ସାଙ୍ଗରେ ନେଇଯାଇଛନ୍ତି । ଏହି ଘଟଣା ଘଟିବା ପରଠାରୁ ପରିବାର ଆର୍ଥିକ ଏବଂ ସାମାଜିକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ମହିଳାଙ୍କ ବଡ଼ ପୁଅର ବିବାହ ମାର୍ଚ୍ଚ ୬ ତାରିଖରେ ହେବାକୁ ଯାଉଛି । କିଛି ମାସ ଧରି ବିବାହ ପ୍ରସ୍ତୁତି ଚାଲିଥିଲା । ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ଘରେ ଖୁସିର ଲହରୀ ଖେଳିଯାଇଥିଲା । କିନ୍ତୁ ମହିଳା ହଠାତ୍ ଫେରାର ହୋଇଯିବାରୁ ବିବାହ ପ୍ରସ୍ତୁତିରେ ବାଧା ସୃଷ୍ଟି କରିଛି ।

    ସ୍ବାମୀ ପୋଲିସ ଏବଂ ପ୍ରଶାସନକୁ ଅନୁରୋଧ କରି କହିଛନ୍ତି ଯେ, ‘‘ପୁଅର ବିବାହରେ ଯେପରି କୌଣସି ବାଧା ନଆସୁ । ମୋ ସ୍ତ୍ରୀକୁ ଖୋଜିବାରେ ସାହାଯ୍ୟ କରନ୍ତୁ ।’’

    ସେପଟେ ଗାଁ ଲୋକଙ୍କ ଅନୁଯାୟୀ, ମହିଳା ୩ ଜଣ ପିଲାଙ୍କର ମା’ ହେବା ସତ୍ତ୍ବେ ସେ ଘରୁ ଭଣଜାଙ୍କ ସହ ପଳାଇଛନ୍ତି । ଯାହା ଦ୍ବାରା ସମ୍ପର୍କର ପବିତ୍ରତାକୁ ଉଲ୍ଲଂଘନ କରୁଛି । ଯାହା ଏବେ ଚର୍ଚ୍ଚା ସୃଷ୍ଟି କରୁଛି । ଏହି ଘଟଣା ପରେ ସ୍ବାମୀ ସ୍ତ୍ରୀ ଏବଂ ଭଣଜାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ରିପୋର୍ଟ ଦାଖଲ କରିବା ପରେ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ପାଇନାହାଁନ୍ତି । ଯାହା ତାଙ୍କୁ ଗଭୀର ଦୁଃଖ ଦେଇଛି ଏବଂ ଏହି ଘଟଣା ପରିବାରକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଛି । ଫେରାର ମହିଳାଙ୍କ ସ୍ବାମୀ ପୋଲିସ ପ୍ରଶାସନଠାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

    ଅନ୍ୟପଟେ ପାଲିମୁକିମପୁର ପୋଲିସ ଷ୍ଟେସନ କହିଛି ଯେ, ରିପୋର୍ଟ ଦାଖଲ କରାଯାଇଛି ଏବଂ ସମ୍ଭାବିତ ସ୍ଥାନଗୁଡିକରେ ଖୋଜାଖୋଜି ଚାଲିଛି । ମୋବାଇଲ୍ ଲୋକେସନ୍ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ମହିଳା ଏବଂ ତାଙ୍କ ସହିତ ଥିବା ଯୁବକଙ୍କୁ ଖୋଜାଖୋଜି କରାଯାଉଛି । ସେମାନଙ୍କୁ ଶୀଘ୍ର ଖୋଜିବାକୁ ପ୍ରୟାସ କରୁଛି ବୋଲି ପୋଲିସ କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    32.1 ° C
    32.1 °
    32.1 °
    23 %
    4.7kmh
    39 %
    Wed
    33 °
    Thu
    34 °
    Fri
    35 °
    Sat
    36 °
    Sun
    38 °

    ସମ୍ବନ୍ଧିତ