ପୁଣିଥରେ ମା ହେବାକୁ ଯାଉଛନ୍ତି କି ଅଭିନେତ୍ରୀ ଆଲିଆ ଭଟ୍ଟ । ତାଙ୍କ ପ୍ରଶଂସକ ମାନଙ୍କୁ ଦେଇପାରନ୍ତି କି ଖୁସି ଖବର । ହଁ ଆଜ୍ଞା ଏକଥା ଆମେ କହୁନାହୁଁ । ଏମିତି କିଛି ହିଣ୍ଟ ହେଇଛନ୍ତି ଅଭିନେତା ରଣବୀର କପୁର ।ବଲିଉଡର ସବୁଠାରୁ ଖାସ୍ ଦମ୍ପତି ହେଇଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ । ସେମାନେ ସବୁବେଳେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ରଣବୀର ଏବେ ଦ୍ୱିତୀୟ ସନ୍ତାନ ବିଷୟରେ ମୁହଁ ଖୋଲିଛନ୍ତି । ଯାହାକୁ ନେଇ ପୁଣିଥରେ ଚର୍ଚ୍ଚା ହେବାରେ ଲାଗିଛି । ରାହାଙ୍କ ପରେ ରଣବୀର ଏବଂ ଆଲିଆ ଉଭୟ ଦ୍ୱିତୀୟ ସନ୍ତାନ ପାଇବା ବିଷୟରେ ଚିନ୍ତା କରୁଛନ୍ତି ।ତାଙ୍କୁ ପ୍ରାୟତଃ ତାଙ୍କ ଝିଅ ରାହା ସହିତ ସମୟ ବିତାଉଥିବାର ଦେଖାଯାଏ । ଏପରିକି ସେ ତାଙ୍କ ଝିଅର ନାମରେ ଏକ ଟାଟୁ ମଧ୍ୟ କରିଛନ୍ତି । ଏହା ବ୍ୟତୀତ ସେ ତାଙ୍କ ଝିଅ ସହିତ ଖେଳନ୍ତି ଏବଂ ଗୀତ ଶୁଣନ୍ତି । ଏସବୁ ମଧ୍ୟରେ ରଣବୀର ଆଉ ଏକ ସନ୍ତାନ ବିଷୟରେ ହିଣ୍ଟ ଦେଇଛନ୍ତି ।
ଏକ ସାକ୍ଷାତକାରରେ ସେ ନିଜ ବିଷୟରେ ସର୍ବାଧିକ ଗୁଗଲ ଖୋଜାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା ସେ ଖୁବ୍ଶୀଘ୍ର ଆଉ ଏକ ନୂଆ ଟାଟୁ କରିବେ କି ? ଏହାର ଜବାବରେ ରଣବୀର କହିଥିଲେ ଆଶା କରୁଛି ଶୀଘ୍ର କରିବି । ରଣବୀର ପୂର୍ବରୁ ରାହାଙ୍କ ନାମରେ ଏକ ଟାଟୁ କରିସାରିଛନ୍ତି ।
ଏହି ଟାଟୁ ବିଷୟରେ ବହୁତ ଆଲୋଚନା ହୋଇଥିଲା । ରାହାଙ୍କ ପରେ ରଣବୀର ଏବଂ ଆଲିଆ ଉଭୟ ଦ୍ୱିତୀୟ ସନ୍ତାନ ବିଷୟରେ ଚିନ୍ତା କରୁଛନ୍ତି । ନିକଟରେ ଆଲିଆ କହିଥିଲେ ଯଦି ତାଙ୍କର ଦ୍ୱିତୀୟ ସନ୍ତାନ ପୁଅ ହୁଏ ତେବେ ତା’ ନାମ ଆଗରୁ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା ।