Monday, September 28, 2026
30.3 C
Odisha

    ଫିଲ୍ମ ସୁଟିଂ ବେଳେ ଅଭିନେତାଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଜଳେଶ୍ୱର : ଫିଲ୍ମ ସୁଟିଂ ବେଳେ ଅଭିନେତାଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ତାଳସାରୀରେ ସୁଟିଂ ବେଳେ ଅଘଟଣ । ସୁଟିଂ ବେଳେ ବୋଟରୁ ଖସି ପଡ଼ି ପ୍ରାଣ ହରାଇଛନ୍ତି ବଙ୍ଗୀୟ ଅଭିନେତା ରାହୁଲ ବାନାର୍ଜୀ । ବୋଟରୁ ଖସି ପଡ଼ିବା ପରେ ତାଙ୍କୁ ତୁରନ୍ତ ଦୀଘା ଷ୍ଟେଟ ଜେନେରାଲ୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ମୃତ୍ୟୁ ବେଳକୁ ରାହୁଲ ବାନାର୍ଜୀଙ୍କୁ ୪୩ ବର୍ଷ ବୟସ ହୋଇଥିଲା । ଜୁଲିଫିକର, ନ ହନ୍ୟତେ, ବ୍ୟୋମକେଶ ଫେରିଲେ ଏଲୋ ଆଦି ସୋରେ ଅଭିନୟ କରି ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ତାଙ୍କ ଅକାଳ ମୃତ୍ୟୁରେ ପ୍ରଶଂସକମାନେ ସ୍ତବଧ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ