Saturday, March 21, 2026
19.7 C
Odisha

    ପୁଣି ଆରମ୍ଭ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପୁଣି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଷଷ୍ଠ ଶୁଣାଣିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କର ଅଭିଯୋଗ ଶୁଣି ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି। ତା ସହିତ ମୌଳିକ ସମସ୍ୟାର ତ୍ବରିତ ସମାଧାନ କରିବାକୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗତ ହୋଇଥିବା ଅଭିଯୋଗଗୁଡ଼ିକ ମଧ୍ୟରେ ଅଧିକାଂଶ ଆବାସ, ଭତ୍ତା ଓ ମୌଳିକ ସମସ୍ୟା ରହିଥିଲା।

    ଦିବ୍ୟାଙ୍ଗ ଅଭିଯୋଗକାରୀଙ୍କ ସମସ୍ୟାକୁ ଆଜି ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ପହଞ୍ଚିବା ମାତ୍ରେ ପ୍ରଥମେ ଦିବ୍ୟାଙ୍ଗମାନଙ୍କ ପାଖକୁ ଯାଇ ଅଭିଯୋଗ ଶୁଣିଥିଲେ। ପ୍ରାୟ ୩୦ଜଣ ଦିବ୍ୟାଙ୍ଗକ କଥା ଶୁଣି ସମାଧାନର ପ୍ରତିଶ୍ରୁତି ଦେଇଥିଲେ। ଆଜି ପ୍ରାୟ ୧୦୦୦ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା ନେଇ କେନ୍ଦୁଝରରୁ ଆସିଥିବା ପ୍ରେମଲତା ନନ୍ଦ, ସୋରରୁ ସୋସାଇଟି ଋଣ ସମସ୍ୟା ନେଇ ଆସିଥିବା ପୁରୁଷୋତ୍ତମ ମହାନ୍ତି, ଧର୍ମଶାଳାରୁ ଜମିଜମା ସମସ୍ୟା ନେଇ ଆସିଥିବା ରଘୁନାଥ ମିଶ୍ର ସମାଧାନ ପ୍ରତିଶ୍ରୁତି ପାଇ ଫେରିଥିଲେ। ଏରସମା ବ୍ଲକରୁ ଆସିଥିବା ଚାଷୀ ନୂଆଡିହି କୃଷି ସମବାୟ ସମିତିରେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ପ୍ରମୁଖ ଅଭିଯୋଗ ଶୁଣିଥିଲେ। ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    77 %
    3.2kmh
    100 %
    Fri
    20 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ