Monday, August 18, 2025
23.3 C
Odisha

    ପୁଣି ଥରେ ମୁହଁମୁହିଁ ହେଲେ ନୀତିଶ କୁମାର ଓ ରାବ୍ରୀ ଦେବୀ

    ଆଗକୁ ପଢନ୍ତୁ

    ପାଟ୍‌ନା: ବିହାରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ବିହାର ବିଧାନ ପରିଷଦର କାର୍ଯ୍ୟକାଳ ସମୟରେ ଉଭୟ ନେତା ପୁଣି ପରସ୍ପର ସହିତ ଝଗଡ଼ା କରୁଥିବାର ଦେଖାଯାଇଥିଲା। ନୀତିଶ କୁମାର ଓ ରାବ୍ରୀ ଦେବୀଙ୍କ ମଧ୍ୟରେ ପୁଣି ବିବାଦ ଦେଖାଦେଇଛି।ନୀତିଶ କୁମାର ରାବିଡି ଦେବୀଙ୍କୁ କଟାକ୍ଷ କରି କହିଥିଲେ କି, ପାର୍ଟି ତୁମ ସ୍ୱାମୀଙ୍କର ଓ ତୁମେ ତାଙ୍କ କ୍ଷମତାରେ ଏଠି ପହଂଚିପାରିଛ । ତେଣୁ ତୁମକୁ ଗୁରୁତର ସହ ନିଆଯାଇପାରିବ ନାହିଁ।

    ବିହାର ବିଧାନପରିଷଦରେ ଆଲୋଚନା ଚାଲିଥିବା ବେଳେ ନୀତିଶ କୁମାର କହିଥିଲେ କି, ମହାମେଣ୍ଟର ସଦସ୍ୟମାନେ ଏନଡିଏ ଓ ବିଜେପିକୁ ସଂରକ୍ଷଣ ଚୋର କହୁଛନ୍ତି, ଏହାପରେ ସେ ଆରଜେଡି ବାବଦରେ କିଛି କହିବାକୁ ଯାଉଥିବା ବେଳେ ରାବିଡି ଦେବୀ ଠିଆ ହୋଇପଡିଥିଲେ । ଏହାଦେଖି ନୀତିଶ କୁମାର ରାବିଡି ଦେବୀଙ୍କ ଉପରେ ବର୍ଷିଥିଲେ । ନୀତିଶ ରାବିଡି ଦେବୀଙ୍କୁ ଇଙ୍ଗିତ କରି ନିଜ ଚେୟାରରେ ବସିପଡ ବୋଲି କହିଥିଲେ । ପାର୍ଟି ତୁମ ସ୍ୱାମୀଙ୍କର ତୁମେ କିଛି ନୁହେଁ ବୋଲି କଟାକ୍ଷ ମଧ୍ୟ କରିଥିଲେ ।

    ନୀତିଶ କୁମାର ଓ ରାବଡି ଦେବୀଙ୍କ ମଧ୍ୟରେ କଳିଗୋଳ ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ବି ଏଭଳି ଅନେକ ଥର ଘଟିଛି । ଯେତେବେଳେ ନୀତିଶ କୁମାର କହିଥିଲେ କି, ଯେତେବେଳେ ତୁମ ସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଗଲା ତାହାର ସୁଯୋଗରେ ତୁମକୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତୁମେ ଯୋଗ୍ୟ ନଥିଲ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    97 %
    1.3kmh
    96 %
    Mon
    27 °
    Tue
    29 °
    Wed
    29 °
    Thu
    28 °
    Fri
    24 °

    ସମ୍ବନ୍ଧିତ