Sunday, December 28, 2025
18.8 C
Odisha

    ପୁଣି ଲଜ୍ଜ୍ୟା; ୨ ନାବାଳିକାଙ୍କୁ ଗଣ ଦୁଷ୍କର୍ମ: ୩ ଜଣ ଅଟକ

    ଆଗକୁ ପଢନ୍ତୁ

    ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି ଗଣବଳାତ୍କାର ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ପୀଡିତାଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ପଠାଇଛନ୍ତି। ଏହି ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ପୋଲିସ ତାର ତଦନ୍ତ କରୁଛି। ମାମଲା (ନଂ ୭୪୨/୨୪)ରୁଜୁ ହୋଇଛି। ଶନିବାର ସାରେ ଦୁଇ ଜଣ ନାବାଳିକା ରାଉରକେଲାକୁ ଚପଲ କିଣିବାକୁ ଆସିଥିଲେ। ବସ ଷ୍ଟାଣ୍ଡ ନିକଟରେ ଦୁଇ ଜଣଙ୍କୁ ଏକୁଟିଆ ଦେଖି ୩ ଜଣ ଯୁବକ ଉଭୟଙ୍କୁ ଏକ ଅଟୋରେ ବଳପୂର୍ବକ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାର ନାବାଳିକାଙ୍କୁ ମାଡ ମାରି , ଧମକାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏପରିକି ଏହି କଥା ପ୍ରଘଟ କଲେ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ପୀଡିତା କହିଛନ୍ତି। ପୀଡିତା ନାବାଳିକା ଦ୍ୱୟ ଏ ବାବଦରେ ମାଲ ଗୋଦାମ ଅଞ୍ଚଳରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଖବର ଦେବା ପରେ ପ୍ଲାଣ୍ଟ ସାଇଟ ଥାନାରେ ଏତଲା ଦିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.8 ° C
    18.8 °
    18.8 °
    32 %
    0.4kmh
    0 %
    Sun
    27 °
    Mon
    28 °
    Tue
    28 °
    Wed
    29 °
    Thu
    30 °

    ସମ୍ବନ୍ଧିତ