Wednesday, October 7, 2026
30.3 C
Odisha

    ହିଜବୁଲ୍ଲାର ରକେଟ ଆକ୍ରମଣରେ ହାହାକାର ଇସ୍ରାଏଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଅଲଜଜିରାର ରିପୋର୍ଟ ଅନୁଯାୟୀ, ହିଜବୁଲ୍ଲାର ଏହି ଆକ୍ରମଣ ପରେ ଉତ୍ତର ଇସ୍ରାଏଲର ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ପଡିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ସେଠାରେ ଆଶ୍ରୟ ନେବାକୁ ପଡିଲା। ଦେଶର ତୃତୀୟ ବୃହତ୍ତମ ସହର ହାଇଫା ସମେତ ଉତ୍ତର ଇସ୍ରାଏଲରେ ବଡ ବଡ ସମାବେଶକୁ ଇସ୍ରାଏଲ ସେନା ମଧ୍ୟ ନିଷିଦ୍ଧ କରିଛି। ରିପୋର୍ଟ ଅନୁଯାୟୀ, ରବିବାର ଇସ୍ରାଏଲରେ ହୋଇଥିବା ରକେଟ ଆକ୍ରମଣ ଯୋଗୁଁ କୌଣସି ଆହତ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ କ୍ଷୟକ୍ଷତିର ଖବର ନାହିଁ। ଇସ୍ରାଏଲ ଗଣମାଧ୍ୟମ ଅନୁଯାୟୀ, ହିଜବୁଲ ଇସ୍ରାଏଲର ଉତ୍ତର ଅଞ୍ଚଳରେ ଅବସ୍ଥିତ ଏକ ସାମରିକ ବିମାନବନ୍ଦରକୁ ଟାର୍ଗେଟ କରିଛି। ଏହି ଆକ୍ରମଣ ସହିତ, ସମଗ୍ର ଅଞ୍ଚଳରେ ଏବଂ ଅଧିକୃତ ଗୋଲାନ ହାଇଟ୍ସ ଏବଂ ଉପର ଗାଲିଲୀର ବିଭିନ୍ନ ଅଞ୍ଚଳରେ ସାଇରନ ଧ୍ୱନି ଆରମ୍ଭ କଲା। ଏହି ଆକ୍ରମଣ ହେତୁ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଥିଲା ଏବଂ କାରରେ ନିଆଁ ଲାଗିଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ