Wednesday, April 8, 2026
34.5 C
Odisha

    ପୁଣି ହସିବ ଶିମିଳିପାଳ, ଫେରିଲା ଜିନ୍ନତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପୁଣି ହସିବ ଶିମିଳିପାଳ। ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟରାତ୍ରୀରେ ଶିମିଳିପାଳରେ ପହଞ୍ଚିଲା ବାଘୁଣୀ ଜିନ୍ନତ। ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନାରୁ ବନ ବିଭାଗ ‘ଜିନ୍ନତ’କୁ ଆଣିଥିଲେ।
    ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ପକ୍ଷରୁ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ତାହା ସାକାର ହୋଇଛି। ଶିମିଳିପାଳ ଫେରିଛି ବାଘୁଣୀ ଜିନ୍ନତ। ପୂର୍ବରୁ ବାଘୁଣୀ ଯମୁନା ବି ଝାଡ଼ଖଣ୍ଡ ଯାଇଥିଲା। ଖାଦ୍ୟର ଅନ୍ୱେଷଣ କିମ୍ବା ଅଣ୍ଡିରା ବାଘ ଆଶାରେ ବାଘୁଣୀମାନେ ଶିମିଳିପାଳ ଛାଡ଼ି ଯାଉଥିବା ନେଇ ଅନୁମାନ କରାଯାଉଛି।ଶିମିଳିପାଳରେ ଗୋଟିଏ କ୍ଲାଇମେଟ ଅଛି ସେଠି ବାଘୁଣୀ ଜିନ୍ନତକୁ ରଖାଯିବ। ତାକୁ କେତେଦିନ ପର୍ଯ୍ୟନ୍ତ ଏନକ୍ଲୋଜରରେ ରଖାଯିବ ସେ ନେଇ ବୈଜ୍ଞାନିକଙ୍କ ସହ ଆଲୋଚନା କରାଯିବ। ଜିନ୍ନତର ଗତିବିଧି ଲକ୍ଷ କରିବା ପାଇଁ ଜଙ୍ଗଲ ବିଭାଗ, ବିଶେଷଜ୍ଞଙ୍କ ସହିତ ଏନେଇ ଆଲୋଚନା କରାଯିବ।ଶିମିଳିପାଳ ଅଭୟାରଣ୍ୟର ବାଘୁଣୀ ଜିନ୍ନତକୁ ପଶ୍ଚିମବଙ୍ଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ ଗତ ୨୯ ତାରିଖ ଟ୍ରାଙ୍କୁଲାଇଜ କରାଯାଇଥିଲା। ଏଥି ସହିତ ଜିନ୍ନତର ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ହେବା ପାଇଁ କଲିକତା ସ୍ଥିତ ଅଲୀପୁର ଚିଡ଼ିଆଖାନାରେ ରଖାଯାଇଥିଲା। ସେଠାରେ ଦୁଇ ଦିନ ଧରି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ପଶ୍ଚିମବଙ୍ଗ ବନବିଭାଗ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ବାଘୁଣୀ ଜିନ୍ନତକୁ ହସ୍ତାନ୍ତର କରିଥିଲେ।

    ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ଗତ ଡିସେମ୍ବର ୮ ତାରିଖରେ ଶିମିଳିପାଳରୁ ଜିନ୍ନତ ଝାଡ଼ଖଣ୍ଡ ଯାଇଥିଲା। ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା। ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା। ସେଠାରେ ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଡିସେମ୍ବର ୨୯ ତାରିଖ ଜିନ୍ନତକୁ ଟ୍ରାଙ୍କୁଲାଇଜ କରି କାବୁ କରାଯାଇଥିଲା। ଜିନ୍ନତକୁ ଶିମିଳିପାଳ ଫେରାଇ ଆଣିବାକୁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବନବିଭାଗର ୧୨୦ ଜଣ ଏକ ଟିମ୍ ଲାଗିଥିଲା। ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ମଇଁଷିର ଲୋଭ ଦେଖାଇ ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବାରେ ସକ୍ଷମ ହୋଇଥିଲେ ବନ କର୍ମଚାରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    23 %
    0.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ