Thursday, October 8, 2026
22.5 C
Odisha

    ପୁରସ୍କାର ରାଶି ଘୋଷଣା କରାଯାଇଥିବା ୨୪ ମାଓବାଦୀଙ୍କ ଆତ୍ମସମର୍ପଣ

    ଆଗକୁ ପଢନ୍ତୁ

    ମାଲକାନଗିରି   : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ପୋଲିସ ନିକଟରେ ମୋଟ୍‌ ୮୭.୫୦ ଲକ୍ଷ ଟଙ୍କାର ୨୪ ଜଣ ଇନାମି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ମଧ୍ୟରେ ୧୦ ଲକ୍ଷ ଇନାମି ମାଓବାଦୀ ରାକେଶ ଥିବା ସହ ୨୪ ଜଣଙ୍କ ମଧ୍ୟରୁ ୨୦ ଜଣ ମାଓବାଦୀଙ୍କ ନାମରେ ୮୭.୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ତେବେ ଯବାନମାନଙ୍କ ମାଓବିରୋଧୀ ଅପରେଶନ, ବିଭିନ୍ନ ସ୍ଥାନରେ ଯବାନଙ୍କ କ୍ୟାମ୍ପ ସ୍ଥାପନକୁ ଭୟ ଓ ସରକାରଙ୍କ ବିଭିନ୍ନ ଯୋଜନା ଦ୍ବାରା ଆକୃଷ୍ଟ ହୋଇ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତ। ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କ ସମସ୍ତ ସୁବିଧା ମିଳିବା ସହ ସମସ୍ତଙ୍କୁ ୫୦ ହଜାର ଟଙ୍କା ଦିଆହୋଇଛି। ତେବେ ଅନ୍ୟ ମାଓବାଦୀମାନଙ୍କୁ ମଧ୍ୟ ମ୍ୟୁସ୍ରୋତରେ ସାମିଲ ହେବା ପାଇଁ ପୋଲିସ ପକ୍ଷରୁ ଆହ୍ବାନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ