Friday, October 9, 2026
30.5 C
Odisha

    ପୁରୀରେ ପହଞ୍ଚିଛି ଚତୁର୍ଥ ଦଫା ରଥ କାଠ, ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟାରୁ ହେବ ଆରମ୍ଭ

    ଆଗକୁ ପଢନ୍ତୁ

    ପୁରୀ: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ଚତୁର୍ଥ ଦଫା ରଥ କାଠ । ଏହି ରଥ କାଠ ବୌଦ୍ଧ ବନଖଣ୍ଡ ମାଧୋପୁର ରେଞ୍ଜରୁ ଆସିଛି । ଧଉରା କାଠ ୧୨ ଫୁଟିଆ ୩୭ଟି ଏବଂ ୨୦ ଫୁଟିଆ ୧୫ ଟି କାଠ ଆସିଛି । ମୋଟ ୫୨ ଖଣ୍ଡ କାଠ ଦୁଇଟି ଟ୍ରକରେ ଆସି ପହଞ୍ଚିଛି । ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ।

    ସୂଚନାଯୋଗ୍ୟ, ତିନି ଦିନ ପୂର୍ବରୁ ସୂଚନାଥିଲା କି ପୁରୀରେ ରଥ ନିର୍ମାଣ ପାଇଁ ସୋନପୁରରୁ ଆସିବ ରଥକାଠ । ପ୍ରଥମ ଥର ପାଇଁ ସୁବର୍ଣ୍ଣପୁରରୁ ଆସିବ ରଥ କାଠ । ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମଲ୍ଲିକ ମୁଣ୍ଡା ଗାଁରେ ରଥକାଠ କଟାଯାଇଥିଲା । ଗାଁରେ ଥିବା ମିଶ୍ର ପରିବାରଙ୍କ ବାଡ଼ିପଟେ ଥିବା ପାଞ୍ଚଟି ଫାସୀ ଗଛକୁ କଟାଯାଇଥିଲା । ରୀତି ନୀତିରେ ପୂଜା ପାଠ ପରେ ଗଛ କଟା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ଅବସରରେ ଭଜନ କୀର୍ତ୍ତନ ସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    50 %
    3.4kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ