Monday, March 16, 2026
35.9 C
Odisha

    ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଆସନ୍ତାକାଲି ଶ୍ବେତଗଙ୍ଗାରେ ପିଣ୍ଡଦାନ କରି ମହାପ୍ରଭୁଙ୍କ ଦର୍ଶନ କରିବେ

    ଆଗକୁ ପଢନ୍ତୁ

    ପୁରୀ : ପୁରୀରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡ୍ ରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ,ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ,ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର,ପୁରୀ ବିଧାୟକ ସୁନିଲ ମହାନ୍ତି ,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଏସପି ପ୍ରତୀକ ସିଂହ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିଛନ୍ତି । ତାଳବଣିଆ ହେଲିପ୍ୟାଡ୍ ରୁ ରାଷ୍ଟ୍ରପତିଙ୍କ କାରକେଡ ଚକ୍ରତୀର୍ଥ ରୋଡ ଦେଇ ଲୋକଭବନ ଯାଇଛନ୍ତି । ଆଜି ରାତିରେ ଲୋକଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ । ଆସନ୍ତାକାଲି ଶ୍ବେତଗଙ୍ଗାରେ ପିଣ୍ଡଦାନ କରି,ମହାପ୍ରଭୁଙ୍କ ଦର୍ଶନ କରି ଫେରି ଯିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.9 ° C
    35.9 °
    35.9 °
    20 %
    5.4kmh
    90 %
    Mon
    35 °
    Tue
    38 °
    Wed
    38 °
    Thu
    36 °
    Fri
    33 °

    ସମ୍ବନ୍ଧିତ