Tuesday, April 28, 2026
30.7 C
Odisha

    ଭୂସ୍ଖଳନ ଯୋଗୁଁ ହିମାଚଳ ଚମ୍ବାରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ

    ଆଗକୁ ପଢନ୍ତୁ

    ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ଚମ୍ବାରେ ନିର୍ମାଣାଧୀନ ସିଂୟୁରରେ ବ୍ରିଜ ଭୁଶୁଡିପଡିଛି । ଭରମୋର ବିଧାନସଭା ସ୍ଥିତ ସିଂୟୁରରୁ ହୋଲି ରାସ୍ତାରେ ନିର୍ମାଣ ହେଉଥିବା ପୋଲ ଭୂସ୍ଖଳନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ତେବେ ଘଟଣାରେ କେହି ହତାହତ ହୋଇନାହାନ୍ତି ।

    ହିମାଚଳର ଚମ୍ବା ଅର୍ନ୍ତଗତ ଭରମୋର-ହୋଲି ରାସ୍ତାରେ ନିର୍ମାଣାଧୀନ ସିଂୟୁର ପୋଲ ଭୂସ୍ଖଳନ ଯୋଗୁଁ ଧ୍ବଂସ ହୋଇପଡିଛି । ଏହି ଘଟଣାର ଭିଡିଓ ଭରମୋରର ବିଜେପି ବିଧାୟକ ଡ. ଜନକ ରାଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ୫ କୋଟି ବ୍ୟୟରେ ନିର୍ମିତ ଏହି ପୋଲ ଭୁଶୁଡିବା ଯୋଗୁଁ ଧୂଆଁ ହୋଇଯାଇଥିଲା ଅଞ୍ଚଳ । ତେବେ ପୋଲ ଭୁଶୁଡିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ବର୍ଷ ବର୍ଷର ଅପେକ୍ଷା ବଢିଚାଲିଛି ।

    ହିମାଚଳ ପ୍ରଦେଶରେ ଲଗାତାର ବର୍ଷା ହେବା କାରଣରୁ ଭୂସ୍ଖଳନ ଆରମ୍ଭ ହୋଇଛି । ତେଣୁ ଆଜି ସକାଳେ ଏହା ଭାଙ୍ଗିପଡିଛି । ଏହି ନିର୍ମାଣାଧୀନ ଲୁହାର ପୋଲ ସ୍ଥାନୀୟ ଲୋକଙ୍କ ଜୀବନରେଖା କୁହାଯାଉଥିଲା । ରାବି ନଦୀ ଉପରେ ନିର୍ମିତ ଏହି ପୋଲ ଆଖପାଖର ଗାଁକୁ ସଂଯୋଗ କରିବାର ଏକମାତ୍ର ରାସ୍ତା ଥିଲା । ପୂର୍ବରୁ କାଠର ପୋଲ ରହିଥିଲା, ହେଲେ ଏବେ ନିର୍ମାଣାଧୀନ ପୋଲ ଭୁଶୁଡିପଡିଛି । ୨୦୨୩ରେ ଏହି ବ୍ରିଜର ଟେଣ୍ଡର ପାସ୍ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.7 ° C
    30.7 °
    30.7 °
    40 %
    0.9kmh
    19 %
    Tue
    43 °
    Wed
    43 °
    Thu
    43 °
    Fri
    40 °
    Sat
    41 °

    ସମ୍ବନ୍ଧିତ