Friday, March 27, 2026
29.9 C
Odisha

    ପୁରୀରେ ପାଳନ ହେବ ନୌସେନା ଦିବସ : ଡିସେମ୍ବର ୪ରେ ‘ବ୍ଲୁ ଫ୍ଲାଗ୍‌ ବିଚ୍‌’ ଏୟାର ଶୋ’

    ଆଗକୁ ପଢନ୍ତୁ

    ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀରେ ପାଳନ ହେବ ନୌସେନା ଦିବସ। ପୁରୀ ସମେତ ଓଡ଼ିଶାବାସୀ ଏବଂ ଦେଶବିଦେଶର ପର୍ଯ୍ୟଟକ ଅତି ନିକଟରୁ ଭାରତୀୟ ନୌବୀରଙ୍କ ଶୌର୍ଯ୍ୟ ଓ ପରାକାଷ୍ଠା ଦେଖିପାରିବେ। ପୁରୀ ସମୁଦ୍ର ତଟରେ ଯୁଦ୍ଧ କୌଶଳ ଦେଖାଇବେ ନୌବୀର। ଜଳପଥରେ ସେମାନେ କିପରି ଶତ୍ରୁକୁ ମୁକାବିଲା କରନ୍ତି, ଏୟାର ଶୋ’, ବିଭିନ୍ନ ପ୍ରକାର ଯୁଦ୍ଧ କୌଶଳ, ଉଦ୍ଧାର ଆଦିର କଳା, କୌଶଳ ପ୍ରଦର୍ଶନ କରିବେ। ଏହା ନିଶ୍ଚିତ ପ୍ରତ୍ୟେକଙ୍କ ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ। ତେବେ ଏଥିରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କମାଣ୍ଡିଂ ଇନ୍‌ ଚିଫ୍‌ ଆର୍ମଡ ଫୋର୍ସ ଭାବେ ଯୋଗଦେବେ। ଏଥିସହ ସେହିଦିନ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    36 %
    3.8kmh
    87 %
    Fri
    29 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ