Saturday, February 21, 2026
34.5 C
Odisha

    ପୁରୀ ନୌସେନା ଦିବସରେ ଯୋଗ ଦେଇଥିଲେ ପ୍ରିୟଙ୍କା, ପାକ ଗୁପ୍ତଚର ଜ୍ୟୋତିଙ୍କ ସହ ଲିଙ୍କ ପରେ ଚାଲିଛି ତନାଘନା

    ଆଗକୁ ପଢନ୍ତୁ

    ପୁରୀ : ବଢୁଛି ପୁରୀ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କ ଅଡୁଆ ।  ପୁରୀ ନୌସେନା ଦିବସରେ ଯୋଗ ଦେଇଥିଲେ ପ୍ରିୟଙ୍କା ।  ୨୦୨୪ ମସିହା ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ପାଳନ ହୋଇଥିଲା ।  ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ପାକ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ସହ ପ୍ରିୟଙ୍କା ଲିଙ୍କ ପରେ ତନାଘନା ଚାଲିଛି ।

    ବଢ଼ୁଛି ପ୍ରିୟଙ୍କା ସେନାପତିଙ୍କ ଗିରଫ ସମ୍ଭାବନା । ପୁରୀର ୟୁଟ୍ୟୁବର ପ୍ରିୟଙ୍କାଙ୍କ ସହ ଜ୍ୟୋତିଙ୍କ ଲିଙ୍କ୍ ନେଇ ତନାଘନା କରୁଛି ପୁରୀ ପୁଲିସ । ଦୁଇଦିନ ହେଲା ପ୍ରିୟଙ୍କା ଓ ତାଙ୍କ ପରିବାରକୁ ପଚରାଉଚରା ଚାଲିଛି ।  ପ୍ରିୟଙ୍କାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି ତଦନ୍ତକାରୀ ସଂସ୍ଥା ।  ପାକିସ୍ତାନ ଗୁପ୍ତଚର ଜ୍ୟୋତିଙ୍କ ଗିରଫ ପରେ ତଦନ୍ତ ପାଇଁ ପୁରୀ ଆସିପାରେ ଏନଆଇଏ ।

    ଜାତୀୟ ସୁରକ୍ଷା ସଂପର୍କିତ ମାମଲା ହୋଇଥିବାରୁ ପୁରୀ ଆସି ଏନଆଇଏ ଖୋଳତାଡ କରିପାରେ ।  କାରଣ ଜ୍ୟୋତି ଗତ ସେପ୍ଟେମ୍ବରରେ ପୁରୀ ଆସିଥିଲେ ।  ପୁରୀର ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ । ପୁରୀ ଆସିଥିବା ସମୟରେ ଜ୍ୟୋତି କେଉଁଠିକୁ ଯାଇଥିଲେ, କାହା କାହକୁ ଭେଟିଥିଲେ?  ସେ ସଂପର୍କରେ ତଦନ୍ତ କରିପାରେ ଜାତୀୟ ତଦନ୍ତକାରୀ ସଂସ୍ଥା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    15 %
    2.3kmh
    0 %
    Sat
    35 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ