Friday, April 3, 2026
27 C
Odisha

    ପୁରୁଷଙ୍କ ତୁଳନାରେ ଅଧିକାଂଶ ମହିଳା ହେଉଛନ୍ତି ଡିପ୍ରେସନ୍‌ର ଶିକାର, ଜାଣନ୍ତୁ ଏହାର କାରଣ ଓ ପ୍ରତିକାର

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସାରା ଦୁନିଆର ଏକମାତ୍ର ଚିନ୍ତାର କାରଣ ସାଜିଛି ଅବସାଦ ବା ଡିପ୍ରେସନ୍‌। ଏ ବିଷୟରେ କେହି କଥା ହେବାକୁ ଚାହାନ୍ତି ନାହିଁ। ଏଣୁ ଏହାକୁ ସମାଧାନ କରିବାରେ ବାଧା ଉପୁଜିଥାଏ। ବ୍ୟସ୍ତବହୁଳ ଜୀବନ ଶୈଳୀ ଓ ଅବସାଦଗ୍ରସ୍ତ ଜୀବନ ଯୋଗୁ ସାରା ଦୁନିଆର ପ୍ରାୟ ୩ରୁ ୫ ଲକ୍ଷ ଲୋକ ଡିପ୍ରେସନ୍‌ର ଶିକାର ହେଉଛନ୍ତି। ଭାରତରେ ପୁରୁଷଙ୍କ ତୁଳନାରେ ଅଧିକାଂଶ ମହିଳା ଅବସାଦଗ୍ରସ୍ତ ହେଉଥିବା ଦେଖିବାକୁ ମିଳିଛି। ୧୦ ପ୍ରତିଶତ ମହିଳାଙ୍କ ଆତ୍ମହତ୍ୟାର କାରଣ ଡିପ୍ରେସନ୍‌ ବୋଲି ଜଣାଯାଇଛି।

    ରିପୋର୍ଟ ମୁତାବକ ଭାରତରେ ୧୪ ବର୍ଷରୁ କମ୍‌ ବୟସର ଶିଶୁ ଡିପ୍ରେସନ୍‌ର ଶିକାର ହେଉଛନ୍ତି। ଏଥିରେ ଉଭୟ ପୁଅ ଓ ଝିଅ ସାମିଲ ଅଛନ୍ତି। କିଶୋର ବୟସରେ ଅଧିକାଂଶ ଯୁବପିଢ଼ି ଅବସାଦଗ୍ରସ୍ତ ହୋଇପଡ଼ୁଛନ୍ତି। ଆସନ୍ତୁ ଜାଣିବା ଅବସାଦର କାରଣ ଓ ପ୍ରତିକାର…

    କାରଣ:

    ଅବସାଦର ମୁଖ୍ୟ କାରଣ ମଧ୍ୟରେ ଚିନ୍ତା, ପିଲାଙ୍କ ପାଠପଢ଼ା, ପ୍ରତିସ୍ପର୍ଦ୍ଧା, ପାରିବାରିକ ସମସ୍ୟା, ସମାଜରେ ପରିବର୍ତ୍ତନ ଆଦି ସାମିଲ ରହିଛି। ମହିଳାଙ୍କଠାରେ ଏହି ସମସ୍ୟା ଘର ଓ ଅଫିସ କାମ ଟେନ୍‌ସନ୍‌ ଯୋଗୁ ଦେଖାଦେଇଥାଏ। କାମ ପାଇଁ ସେମାନେ ନିଜକୁ ସମୟ ଦେଇପାରିନଥାନ୍ତି ଫଳରେ ଚିନ୍ତା ଧୀରେ ଧୀରେ ଡିପ୍ରେସନ୍‌ର ରୂପ ଧାରଣ କରିଥାଏ।

    ପ୍ରତିକାର:

    • ଅବସାଦରୁ ମୁକ୍ତି ପାଇବାର ସବୁଠାରୁ ସୁବିଧା ଉପାୟ ହେଉଛି ଯୋଗ। ପ୍ରତିଦିନ ଯୋଗ କରିବା ଦ୍ୱାରା ମାନସିକ ଶାନ୍ତି ମିଳେ।
    • ପରିବାର ଓ ସାଙ୍ଗସାଥୀଙ୍କ ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ମୁଣ୍ଡ ରିଲାକ୍ସ ରହିବ।
    • ପ୍ରତିଦିନ ଚାଲିବାକୁ ଯାଆନ୍ତୁ, ଜଗିଂ କରନ୍ତୁ। ଯଦି ସୁବିଧା ହେଉଛି ତେବେ ପହଁରିବାକୁ ଯାଆନ୍ତୁ। ଏହାଦ୍ୱାରା ସକାରାତ୍ମକ ଉର୍ଜା ଜାଗ୍ରତ ହୁଏ।
    • ଆହାରରେ ପୁଷ୍ଟିକର ଭୋଜନକୁ ସାମିଲ କରନ୍ତୁ। ବିଭିନ୍ନ ପ୍ରକାରର ଫଲ, ପନିପରିବା, ମାଂସ, ଡାଏରୀ ପ୍ରଡକ୍ଟ , ମାଛ ଆଦି ଖାଇବା ସହ ପ୍ରଚୁର ପାଣି ପିଅନ୍ତୁ।
    • ଅଫିସ କାମକୁ ଅଫିସରେ ସାରନ୍ତୁ। ଘରେ ଅଫିସ କାମ ନ କରିବାକୁ ଚେଷ୍ଟା କରନ୍ତୁ।
    • ମଦ, ସିଗାରେଟ୍‌ ଆଦିଠାରୁ ଦୂରେଇ ରୁହନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ