Wednesday, October 7, 2026
23.2 C
Odisha

    ପୂଜା ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା, ରାଜଧାନୀରେ ୧୯୮ ପୂଜା ପେଣ୍ଡାଲ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି । ରାଜଧାନୀରେ ୧୯୮ ଟି ସ୍ଥାନରେ ହେବ ପୂଜା ପେଣ୍ଡାଲ । ସବୁ ପେଣ୍ଡାଲକୁ ବର୍ଗିକରଣ କରିଛି ପୋଲିସ । ଅଧିକ ଗହଳି ଥିବା ପୂଜା ପେଣ୍ଡାଲକୁ ବିଶେଷ ଫୋକସ କରିଛି ପୋଲିସ । ଏଥିପାଇଁ ଫୁଟ ପାଟ୍ରୋଲି , ବାଇକ ପାଟ୍ରୋଲିଂ , ପିସିଆର ପାଟ୍ରୋଲିଂ ଉପରେ ଗୁରୁତ୍ବ ଦିଆଯାଇଛି। ପୂଜା ପେଣ୍ଡାଲରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଚେନ ଛିନତାଇ ଓ ଚୋରି ରୋକିବାକୁ ବିଶେଷ ନଜର ଦିଆଯାଇଛି । ପୋଲିସ ସିସିଟିଭି ଜରିଆରେ ନଜର ରଖିବା ସହ ସାଦା ବେଶରେ ମୁତୟନ ରହିବେ ପୋଲିସ । ରାସ୍ତାରେ ଭିଡ଼ ନ ଜମାଇବାକୁ ପାର୍କିଂ ସ୍ଥାନ ନିରୁପଣ କରାଯାଇଛି ।

    ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ ପାଇଁ ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କୁ ଗୁରୁତ୍ବ ଦିଆଯାଇଛି । ରଙ୍ଗ ରୁଟରେ ଗାଡ଼ି ନ ଚଲାଇବା ପାଇଁ ନିର୍ଦ୍ଦେଶ ରହିଛି । ପୂଜା ସମୟରେ ଅପରାଧିକ ଗତିବିଧି ନଜର ରଖିବାକୁ ସ୍ବତନ୍ତ୍ର ଟିମ୍ ଥାନାସ୍ତରରେ କରାଯାଇଛି। ଜେଲ ପରେଡ୍ ଆରମ୍ଭ ହୋଇଛି । ବେଲ୍ କଣ୍ଡିସନରେ ପେଷାଗତ ଅପରାଧୀଙ୍କୁ ହାଜିରା ପାଇଁ ନିର୍ଦ୍ଦେଶ ରହିଛି । ସୋସିଆଲ ମିଡ଼ିଆ ମନିଟରିଂ କରୁଛୁ । ବନ୍ଧୁକ ଦେଖାଇବା ଓ ଭୟଭୀତ କଲା ଭଳି ରିଲ୍ସ ଉପରେ କଡା ନଜର ରହିଛି । ଦାଦବଟି ଆଦାୟ କଲେ କାର୍ଯାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ