Sunday, October 4, 2026
24.6 C
Odisha

    ପୂର୍ତ୍ତବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    କଟକ: କଟକ (ରାସ୍ତା ଓ ଗୃହନିର୍ମାଣ) ସର୍କଲର ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଦୁର୍ନୀତି ଓ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ରଥଙ୍କୁ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗତ ୬ ତାରିଖରେ ଗିରଫ କରାଯାଇଥିଲା। ସେହିଦିନ ମାନ୍ୟବର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ଅଦାଲତଙ୍କ ଆଦେଶ ମତେ ତାଙ୍କୁ ତା ୧୭.୦୮.୨୦୨୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦୁର୍ନୀତି ମାମଲାର ତଦନ୍ତ ଜାରି ଥିବାରୁ ଏବଂ ଶ୍ରୀ ରଥ ୪୮ ଘଣ୍ଟାରୁ ଅଧିକ ନ୍ୟାୟିକ କାରାବାସରେ ରହିଥିବାରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପୂର୍ତ୍ତ ବିଭାଗ ତରଫରୁ ଶ୍ରୀ ରଥଙ୍କ ନିଲମ୍ବନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅନ୍ୟପକ୍ଷରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ମୁଖ୍ୟଯନ୍ତ୍ରୀ (ସିଭିଲ), ଭୁବନେଶ୍ୱରଙ୍କ କାର୍ଯ୍ୟାଳୟକୁ ଶ୍ରୀରଥଙ୍କ ସଦର ମହକୁମା ସ୍ଥିର କରାଯାଇଛି। ନିଲମ୍ବନ ଅବଧିରେ ସେ ଯନ୍ତ୍ରୀମୁଖ୍ୟ (ସିଭିଲ), ଭୁବନେଶ୍ୱରଙ୍କ ପ୍ରାକ୍‌ ଅନୁମତି ବିନା ସଦର ମହକୁମା ଛାଡ଼ିବେ ନାହିଁ ବୋଲି ଆଦେଶରେ ଉଲ୍ଲେଖ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ