Friday, April 3, 2026
39.1 C
Odisha

    ପୂର୍ବୋଦୟରେ ଶିଳ୍ପ ପୁନରୁଦ୍ଧାରର ନେତୃତ୍ୱ ନେବ ଓଡିଶା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାର ଶିଳ୍ପାୟନ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୫ ହଜାର ୭୭୦ କୋଟି ଟଙ୍କା ବିନିଯୋଗରେ ୧୪ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ସବୁ ପ୍ରକଳ୍ପରେ ୩୭ ହଜାର ୩୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡିଛି। ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍ ୨୦୨୫ ଶେଷ ହେବାର ମାତ୍ର ୬୦ ଦିନ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯେଉଁଥିରେ ପୁଞ୍ଜିନିବେଶ ଉଦ୍ଦେଶ୍ୟକୁ କାର୍ଯ୍ୟକ୍ଷମ ପ୍ରକଳ୍ପରେ ପରିଣତ କରିବା ଦିଗରେ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତା ପ୍ରକାଶ ପାଇଛି। ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ ଓ ଶିଳାନ୍ୟାସ କରିଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ, ପୋଷାକ ଏବଂ ବୈଷୟିକ ବୟନଶିଳ୍ପ, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ କ୍ୟାପିଟାଲ ସାମଗ୍ରୀ ଏବଂ ପ୍ୟାକେଜିଂ ପ୍ରକଳ୍ପଗୁଡିକ ରହିଛି। ଆୟୋଜିତ କାର୍ଯ୍ୟକ୍ରମରେ ଜୁପିଟର ତତ୍ରାଭାଗୋଙ୍କା ରେଲହ୍ଵିଲ୍ ଫ୍ୟାକ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍, ପୋଲିମିରୋଇର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ଶାଲିମାର୍ ଗ୍ଲାସ୍ ୱାର୍କସ୍ ପ୍ରାଇଭେଟ୍ ଲିମିଟେଡ୍, ଆଇଏଫ୍ଜିଏଲ୍ ରିଫ୍ରାକ୍ଟୋରିଜ୍ ଲିମିଟେଡ୍ ଭଳି ଅଗ୍ରଣୀ ବୈଶ୍ୱିକ ଏବଂ ଭାରତୀୟ କମ୍ପାନି ଗୁଡ଼ିକ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଶିଳ୍ପ ୟୁନିଟ୍ ଠାରୁ ଅଧିକ ଓ ଏହା ଆମ ରାଜ୍ୟ ପାଇଁ ଅଭିବୃଦ୍ଧି ଇଞ୍ଜିନ୍, ଆମ ଯୁବକମାନଙ୍କ ପାଇଁ ରୋଜଗାର ସୃଷ୍ଟିକାରୀ ଏବଂ ଏକ ସମୃଦ୍ଧ ଓଡ଼ିଶା ଯାତ୍ରାରେ ମାଇଲଖୁଣ୍ଟ। ସେ କହିଛନ୍ତି, ଆମେ ଏଭଳି ଏକ ଓଡ଼ିଶା ନିର୍ମାଣ କରୁଛୁ ଯାହା ଉତ୍ପାଦକ, ସମାବେଶୀ, ସ୍ଥାୟୀ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା ମୂଳକ ଅଟେ।

    କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଶିଳ୍ପ ଭିତ୍ତିଭୂମି ବିକାଶ, ଦକ୍ଷତା ବୃଦ୍ଧି ଏବଂ ଆଞ୍ଚଳିକ ଶିଳ୍ପ ବିବିଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ଠିକ୍ ସମୟରେ ଗ୍ରାଉଣ୍ଡିଂ ଏବଂ ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏହି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ନୂତନ ଶିଳ୍ପ ପାର୍କ, ଆଧୁନିକ ଆଇଟିଆଇ ଏବଂ ଦକ୍ଷତା ଓ ନୂତନ ଯୁଗର ଉତ୍ପାଦନ କ୍ଷେତ୍ରରେ ବିଶ୍ୱସ୍ତରୀୟ ଭାଗିଦାରୀ ସହିତ ଓଡ଼ିଶା ଏବେ ପୂର୍ବୋଦୟରେ ଶିଳ୍ପ ପୁନରୁଦ୍ଧାରର ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ