Monday, October 19, 2026
21.9 C
Odisha

    ଡିସେମ୍ବର ୧ରୁ ଘରୋଇ ବସ ଧର୍ମଘଟ ଚେତାବନୀ

    ଆଗକୁ ପଢନ୍ତୁ

    କଟକ : ଗାଡ଼ି ଚେକିଂ ପାଇଁ ପୋଲିସ କ୍ଷମତା ବିରୋଧରେ ଡିସେମ୍ବର ୧ରୁ ଘରୋଇ ବସ ଧର୍ମଘଟ ଚେତାବନୀ । ଆନ୍ଦୋଳନରେ ସାମିଲ ହେବେ ରାଜ୍ୟର ୧୪ ହଜାର ଘରୋଇ ବସ୍ । ପୋଲିସକୁ ଏମଭି କ୍ଷମତା ନ ଦେବାକୁ ବସ୍ ମାଲିକ ସଂଘ ଦାବି କରିଛି । ଏ ନେଇ ସରକାରଙ୍କୁ ଦାବିପତ୍ର ଦେବ ବସ୍ ମାଲିକ ସଂଘ ।ଡିସେମ୍ବର ୧ରୁ ପୋଲିସକୁ ଗାଡ଼ି ଚେକିଂ ପାଇଁ ଦିଆଯାଥିବା ଅଖଣ୍ଡ କ୍ଷମତାକୁ ବିରୋଦ କରୁଛି ଘରୋଇ ମାଲିକ ସଂଘ । ଏହି କ୍ଷମତା ବଳରେ ପୋଲିସ ପୂର୍ବାପେକ୍ଷା କ୍ଷମତାଶାଳୀ ଓ ଅର୍ଥଶାଳୀ ହେବ । ମୋଟର ଭେହିକଲ ଆଇନର ବିଭିନ୍ନ ଦଫାରେ ପୋଲିସ ଗାଡି ଯାଞ୍ଚ କରିବା ଓ ଗାଡି ଉପରେ ଜରିମାନା ଲଗାଇପାରିବ । ଯାହାକି ବିଶେଷ ଭାବେ ପୂର୍ବରୁ ଏହି ସମସ୍ତ କ୍ଷମତା କେବଳ ପରିବହନ ବିଭାଗ ବା ଆରଟିଓଙ୍କ ନିକଟରେ ସୀମିତ ଥିଲା । ଏବେ ଏହି କ୍ଷମତା ଓଡିଶା ପୋଲିସକୁ ହସ୍ତାନ୍ତର କରାଯାଉ ଥିବାରୁ ଏହାକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ ଓ ଅନ୍ୟାନ୍ୟ ଗାଡି ମାଲିକ ସଂଘ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ