Tuesday, September 29, 2026
22.7 C
Odisha

    ପୂର୍ବ ସରକାରରେ ଧରାପଡ଼ୁଥିଲେ କେରାଣ୍ଡି, ମହୁରାଳି, ଏବେ ଭାକୁର, ଶେଉଳ

    ଆଗକୁ ପଢନ୍ତୁ

    ଶୁକ୍ରବାର ଜିଲାପାଳ ସମ୍ମିଳନୀ ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ। ପୂର୍ବ ସରକାରରେ କେବଳ କେରାଣ୍ଡି, ମହୁରାଳି ଧରା ଯାଉଥିଲା। ଏବେ ଭାକୁର, ଶେଉଳ ଧରା ପଡ଼ିଲେଣି ଆଗକୁ ତିମି ମଧ୍ୟ ପଡ଼ିବେ।
    ଏହା ସହ ସେ କହିଛନ୍ତି ନିଜ କାର୍ଯ୍ୟର ହିସାବ ଦେବାକୁ ପଡ଼ିବ।
    ପ୍ରଶାସନ କଚ୍ଛପ ଗତିରେ ଚାଲେ ବୋଲି ଧାରଣା ଅଛି, ପରିବର୍ତ୍ତନ ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
    ଅନ୍ୟପକ୍ଷେ, ନାଗରିକ ଓ ପ୍ରଶାସନ ଭିତରେ ବ୍ୟବଧାନ ଦୂର କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସାମାଜିକ ସଂଗଠନକୁ ପ୍ରଶାସନ ସହ ଯୋଡ଼ିଲେ ଆହୁରି କ୍ରିୟାଶୀଳ ହେବ। ମନ୍ତ୍ରୀ ସଚିବଙ୍କ ଭିତରେ ଘନିଷ୍ଠତା ବଢ଼ିଲେ ସମସ୍ୟା ତୁରନ୍ତ ସମାଧାନ ହେବ।
    ସେ ଆହୁରି କହିଛନ୍ତି କେହି ଉତ୍ତରଦାୟୀ ହେବାକୁ ଚାହାନ୍ତି ନାହିଁ, ଦୋଷ ଦେବାରେ ବ୍ୟସ୍ତ। ଅଧିକାରୀମାନଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ। ସମସ୍ତଙ୍କୁ ନିଜ କାର୍ଯ୍ୟର ହିସାବ ଦେବାକୁ ପଡ଼ିବ, ମୋତେ ବି ଦେବାକୁ ପଡ଼ିବ , ପ୍ରଧାନମନ୍ତ୍ରୀଙ୍କୁ ନଭେମ୍ବରରେ ରିପୋର୍ଟ କାର୍ଡ ମୁଁ ବି ଦେବି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    86 %
    1.4kmh
    3 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    31 °

    ସମ୍ବନ୍ଧିତ