Friday, March 20, 2026
21.7 C
Odisha

    ପେପର ଗ୍ଲାସର ବ୍ୟବହାର ଆମ ଶରୀର ପାଇଁ କେତେ ସୁରକ୍ଷିତ ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଆମେ ଭୋଜିଭାତ କିମ୍ବା ଯାତ୍ରା ସମୟରେ ପେପର ପ୍ଲେଟ ଖାଇବା ପାଇଁ, ପିଇବା ପାଇଁ ପ୍ଲାଷ୍ଟିକ ଗ୍ଲାସ କିମ୍ବା ପେପର ଗ୍ଲାସ ବ୍ୟବହାର କରିଥାଉ, କାହିଁକିନା ଏହା ବ୍ୟବହାର କରି ଫିଙ୍ଗିବା ପାଇଁ ସୁବିଧା ହୋଇଥାଏ l ଆମେ ପୂର୍ବରୁ ଜାଣିଚୁ ଯେ ପ୍ଲାଷ୍ଟିକ ଜିନିଷ ବ୍ୟବହାର କରିବା ଶରୀର ପକ୍ଷରେ କେତେ କ୍ଷତିକାରକ, ଏବଂ ଏହା କ୍ୟାନ୍ସରର କାରଣ ମଧ୍ୟ ହୋଇଥାଏ l  ଅଧ୍ୟୟନରେ କୁହାଯାଇଥିଲା ଯେ ପ୍ଲାଷ୍ଟିକ ଗ୍ଲାସ ସ୍ଥାନରେ କାଗଜ ଗ୍ଲାସ ବ୍ୟବହାର କରିବା ଆବଶ୍ୟକ , କାହିଁକିନା ଏହା କେମିକାଲ ଫ୍ରୀ ହୋଇଥାଏ l କିନ୍ତୁ ନିକଟରେ କାଗଜ କପକୁ ନେଇ ଗୋଟିଏ ଅଧୟନ ହୋଇଥିଲା l ଆସନ୍ତୁ ଜାଣିବା କଣ କହୁଛି ରିସର୍ଚ୍ଚ lରିସର୍ଚ୍ଚରେ କୁହାଯାଇଛି ଯେ କାଗଜରେ ପ୍ରସ୍ତୁତ ହେଉଥିବା ଗ୍ଲାସ ଓ ପ୍ଲେଟ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ଅଟେ l ପେପରରେ ପ୍ରସ୍ତୁତ ହେଉଥିବା କପ ପ୍ରକୃତି ଓ ମାଟିକୁ ମଧ୍ୟ ଖରାପ କରିଥାଏ l ତେଣୁ ଉଭୟ ପ୍ଲାଷ୍ଟିକ ଏବଂ ପେପରରେ ପ୍ରସ୍ତୁତ କପ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ଅଟେ l

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଡିସପୋଜେବୁଲ କପରେ ବିଶଫେନଲ ଓ ବିପିଏ କେମିକାଲ ଅଧକ ମାତ୍ରାରେ ରହିଥାଏ l ଯେତେବେଳେ ଲୋକେ ଏଥିରେ ଗରମ ଚା କିମ୍ବା ଗରମ ପାଣି ପିଇ ଥାଆନ୍ତି ସେତେବେଳେ ଏଥିରେ ଥିବା କେମିକାଲ ନିର୍ଗତ ହୋଇ ଏଥିରେ ମିଶି ଯାଇଥାଏ l ଏହାଦ୍ୱାରା ପ୍ରୋସେସଡ଼ କେମିକାଲ ଶରୀର ମଧ୍ୟକୁ ଯାଇଥାଏ l ଯାହାକି ଶରୀର ପାଇଁ କ୍ଷତିକାରକ ଅଟେ l

    ଲୋକଙ୍କର ଧାରଣା ରହିଛି ଯେ ପେପର କପ ଓ ପ୍ଲେଟ କେମିକାଲ ମୁକ୍ତ ଅଟେ କିନ୍ତୁ ଏହାକୁ ପ୍ରସ୍ତୁତ କରିବା ପାଇଁ ଏଥିରେ ବିପିଏ କେମିକାଲ ର ବ୍ୟବହାର ହୋଇଥାଏ, ଯାହାକି କ୍ୟାନ୍ସର ର କାରଣ ଅଟେ l

    ଡିସପୋଜେବୁଲ କପକୁ ପ୍ରସ୍ତୁତ କରିବା ପାଇଁ ଏଥିରେ ମାଇକ୍ରୋପ୍ଲାଷ୍ଟିକର ବ୍ୟବହାର ହୋଇଥାଏ, ଏହି ମାଇକ୍ରୋପ୍ଲାସ୍ଟିକ ଦ୍ୱାରା ଥାଇରଏଡର ଆଶଙ୍କା ରହିଥାଏ l  ଚା ଓ ଗରମ ଜିନିଷ ପିଇବା ପାଇଁ ସବୁଠୁ ହିତକର ହେଉଛି ମାଟି ସରା ଓ ଷ୍ଟିଲ ଗ୍ଲାସ ସବୁଠୁ ଠିକ l ବିଶେଷ ଭାବରେ ମାଟି ଗ୍ଲାସବଶବରେ ଚା ପିଇବା ଜରୁରୀ, ଏଥିରେ ଚା ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    73 %
    0.8kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ