Thursday, October 8, 2026
22.2 C
Odisha

    ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହୁଛି କି? ବାସ୍ତୁଶାସ୍ତ୍ରରେ ରହିଛି ଏହି ଉପାୟ

    ଆଗକୁ ପଢନ୍ତୁ

    ଆପଣମାନଙ୍କ ଭିତରେ ଏମିତି ଅନେକ ଜଣ ଥିବେ ଯେଉଁମାନଙ୍କ ପୈତୃକ ସମ୍ପତ୍ତି ବିବାଦ ଲାଗି ରହିଥିବ। ଜେଜେବାପାଙ୍କ ସମ୍ପତ୍ତିରେ ବାପା, ଦାଦାଙ୍କ ମନୋମାଳିନ୍ୟ ହେଉ ଅଥବା ଭାଇ-ଭାଇ ଭିତରେ ମନୋମାଳିନ୍ୟ, ପ୍ରାୟ ସମସ୍ତଙ୍କ ଜୀବନରେ ପାରିବାରିକ ସମ୍ପତ୍ତି-ବାଡ଼ିକୁ ନେଇ ଅସୁବିଧା ଲାଗି ରହିଥାଏ। ଯାହା ପାଇଁ ମାମଲା କୋର୍ଟ କଚେରି ପର୍ଯ୍ୟନ୍ତ ମଧ୍ୟ ଯାଇଥାଏ।

    ତେବେ ବାସ୍ତୁ ଶାସ୍ତ୍ରରେ ଗୃହ ନିର୍ମାଣ ସମେତ ଭୂମି, ଦିଗ ଓ ଶକ୍ତିର ସିଦ୍ଧାନ୍ତ ଉପରେ ବହୁ ନିର୍ଦ୍ଦେଶାବଳୀ ରହିଛି। ଏହାସହ ପୈତୃକ ସମ୍ପତ୍ତି ଓ କୋର୍ଟ କଚେରି ସହ ଜଡ଼ିତ ମାଲି ମୋକଦ୍ଦମା ବିଷୟରେ ମଧ୍ୟ ବିସ୍ତୃତ ଭାବେ ଉଲ୍ଲେଖ ରହିଛି।

    ବାସ୍ତୁ ଶାସ୍ତ୍ରାନୁସାରେ, ଯଦି ଆପଣଙ୍କୁ ପୈତୃକ ସମ୍ପତ୍ତି ମିଳିବାରେ କୌଣସି ଅସୁବିଧା ସୃଷ୍ଟି ହେଉଛି ଅଥବା କୋର୍ଟ କଚେରିରେ ମାମଲା ଗଡ଼ି ଚାଲିଛି, ତେବେ ଘରର ଦକ୍ଷିଣ-ପଶ୍ଚିମ ଦିଗରେ (ନୈରୃତ୍ୟ କୋଣ) କୌଣସି ବାସ୍ତୁ ଦୋଷ ରହିଛି। କାରଣ ଏହି ଦିଗ ଆପଣଙ୍କ ଭାଗ୍ୟରେ ସ୍ଥିରତା, ସମ୍ପତ୍ତି ଓ ପରିବାରର ସୁରକ୍ଷାର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ।

    ଏଥିପାଇଁ ଏହି ଦିଗରେ କୌଣସି ଅସୁବିଧା ଥିଲେ ଗୃହକର୍ତ୍ତାଙ୍କ ଆର୍ଥିକ ଅନଟନ, ଆଇନ କାନୁନ ସମ୍ବନ୍ଧୀୟ ଅସୁବିଧା ଓ ପାରିବାରିକ ସମସ୍ୟା ଆଦି ଲାଗି ରହିଥାଏ। ଏହି ଦିଗରେ ଥିବା ସବୁଠୁ ବଡ଼ ଦୋଷ ଭାବେ ଘରର ମୁଖ୍ୟଦ୍ୱାରକୁ ଗ୍ରହଣ କରାଯାଇଥାଏ।

     

    ଦକ୍ଷିଣ-ପଶ୍ଚିମ ଦିଗରେ ନିର୍ମିତ ହୋଇଥିବା ପ୍ରବେଶ ଦ୍ୱାର ଧନ ହାନି ଓ ପ୍ରାଣ ପୀଡ଼ା ଭଳି ଦୋଷର କାରଣ ହୋଇଥାଏ। ଏହାଛଡ଼ା ଏହି ଦିଗରେ ରୋଷେଇ ଘର କିମ୍ବା ଶୌଚାଳୟ (ପାଇଖାନା) ନିର୍ମାଣ କରିବା ଦ୍ୱାରା ଘରେ ଆର୍ଥିକ ଓ ଆଇନ ସମ୍ବନ୍ଧୀୟ ମାମଲା ଲାଗି ରହିଥାଏ।

    ବାସ୍ତୁ ଦୋଷ ଖଣ୍ଡନର ଉପାୟ: ଏହି ସବୁ ସମସ୍ୟାର ସମାଧାନ ରହିଛି, କିନ୍ତୁ ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ମୁଖ୍ୟଦ୍ୱାରକୁ ଭାଙ୍ଗି ଅନ୍ୟ ଦିଗକୁ ବଦଳାଇବା ହିଁ ସବୁଠୁ ପ୍ରଭାବଶାଳୀ ଉପାୟ। ଏହାଛଡ଼ା ଏହି ଦିଗରେ ଥିବା କାନ୍ଥକୁ କଳା, ନୀଳ ଅଥବା ସବୁଜ ରଙ୍ଗରେ ରଙ୍ଗାନ୍ତୁ ନାହିଁ। କାରଣ ଏହା ଘରେ ନକରାତ୍ମକ ଶକ୍ତି ବୃଦ୍ଧି କରିବା ସହ ଆର୍ଥିକ ଅନଟନକୁ ଅଧିକ ବଢ଼ାଇଥାଏ।

    ବାସ୍ତୁଶାସ୍ତ୍ର ଅନୁସାରେ, ଯଦି ଆପଣଙ୍କ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଟଏଲେଟ୍ ରହିଛି, ତେବେ ଏହାର ଚାରିପାଖେ ପିତ୍ତଳର ଏକ ପତଳା ପାତ ପୋତି ଦିଅନ୍ତୁ। ଏହାଛଡ଼ା ଆପଣ ଏହି ଦିଗକୁ ହଳଦିଆ ରଙ୍ଗରେ ରଙ୍ଗ କରିପାରିବେ। ଏହି ସମସ୍ତ ଉପାୟ ଆପଣାଇବା ଦ୍ୱାରା ଘର ଉପରେ ଥିବା ବାସ୍ତୁ ଦୋଷକୁ ନିୟନ୍ତ୍ରଣ କରାଯାଇପାରିବ।

    ଏହି ଦିଗରେ ଠାକୁର ଘର (ପୂଜା ଘର) ମଧ୍ୟ ନିର୍ମାଣ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ନିଜ ପରିବାର ପରିଜନମାନେ ମଧ୍ୟ ଆର୍ଥିକ କ୍ଷତି ପହଞ୍ଚାଇଥାନ୍ତି। ଯଦି ଆପଣଙ୍କ ଆତ୍ମୀୟସ୍ୱଜନଙ୍କ ମଧ୍ୟରୁ କେହି ଆପଣଙ୍କ ନିକଟରୁ ଋଣ ନେଇ ଠିକ୍ ସମୟରେ ପରିଶୋଧ କରୁନାହାନ୍ତି, ତେବେ ଥରେ ନିଜ ଠାକୁର ଘର କେଉଁ ଦିଗରେ ରହିଛି ତାହା ଯାଞ୍ଚ କରନ୍ତୁ। ଠାକୁର ଘର ସବୁବେଳେ ଉତ୍ତର-ପୂର୍ବ (ଈଶାନ୍ୟ) କୋଣ ଅଥବା ପଶ୍ଚିମ ଦିଗରେ ନିର୍ମାଣ କରନ୍ତୁ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ