Saturday, September 26, 2026
23.6 C
Odisha

    ପୋଲିସ ଗୁଳିରେ ଦୁଷ୍କର୍ମ ଅଭିଯୁକ୍ତଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ମୁମ୍ବଇ: ମହାରାଷ୍ଟ୍ରର ବଦଲାପୁରର ଏକ ନର୍ସରୀ ସ୍କୁଲରେ ଦୁଇ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ସୋମବାର ପୋଲିସ ଗୁଳିରେ ନିହତ ହୋଇଛନ୍ତି। ଅଭିଯୁକ୍ତ ଅକ୍ଷୟ ସିନ୍ଧେଙ୍କୁ ତାଲୋଜା ଜେଲରୁ ତଦନ୍ତ ପାଇଁ ବଦଲାପୁରକୁ ଏକ ପୋଲିସ ଗାଡ଼ିରେ ନିଆଯାଉଥିବାବେଳେ ସେ ଜଣେ ପୋଲିସ ଅଧିକାରୀଙ୍କଠାରୁ ବନ୍ଧୁକ ଛଡ଼ାଇନେଇ ଗୁଳି ଚଳାଇଥିଲେ। ଏଥିରେ ୨ ଜଣ ପୋଲିସ ଆହତ ହୋଇଥିଲେ। ପୋଲିସ୍‌ର ପାଲଟା ଗୁଳିରେ ଅକ୍ଷୟଙ୍କ ଗୁରୁତର ଆହତ ହୋଇଥିଲେ। ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ୨୩ ବର୍ଷୀୟ ଅକ୍ଷୟଙ୍କୁ ଗତ ଅଗଷ୍ଟ ମାସରେ ଏକ ନର୍ସରୀ ସ୍କୁଲର ସଫେଇ କର୍ମଚାରୀ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଥିଲା। ସେହି ମାସରେ ସେ ସ୍କୁଲ୍‌ ଓ୍ବାଶରୁମ୍‌ରେ ୩ ବର୍ଷ ଓ ୪ ବର୍ଷ ବୟସର ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଗଷ୍ଟ ୧୭ରେ ଗିରଫ ହୋଇଥିଲେ। ବମ୍ବେ ହାଇକୋର୍ଟ ଏହି ମାମଲାକୁ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରି ତଦନ୍ତରେ ବିଳମ୍ବ ପାଇଁ ପୋଲିସକୁ ଭର୍ତ୍ସନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    94 %
    1.4kmh
    11 %
    Sat
    23 °
    Sun
    29 °
    Mon
    30 °
    Tue
    30 °
    Wed
    29 °

    ସମ୍ବନ୍ଧିତ