Wednesday, October 7, 2026
27.2 C
Odisha

    ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ, ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ ।   ଭିଜିଲାନ୍ସ କୋର୍ଟରେ ଖାରଜ ହେଲା ଜାମିନ ଆବେଦନ ।  ଜାମିନକୁ ବିରୋଧ କରିଥିଲା ସିବିଆଇ । ବ୍ରହ୍ମପୁର କୋର୍ଟରେ ସିବିଆଇ ନିଜର ପକ୍ଷ ରଖିଥିଲା ।  ଜାମିନକୁ ବିରୋଧ କରିଥିଲା ସିବିଆଇ ।  କ୍ରାଇମବ୍ରାଞ୍ଚ ଡିଏସପି ଓ ସରକାରୀ ଜିଲ୍ଲା ଓକିଲ ମଧ୍ୟ ଉପସ୍ଥିତ ଥିଲେ ।

    ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ତାର ୧୧ ସହଯୋଗୀ ଗିରଫ ହୋଇଥିଲେ  l  ଆଜି ଭିଜିଲାନ୍ସ କୋର୍ଟରେ ଶଙ୍କର ପୃଷ୍ଟି, ସାଗର ଗୌଡ଼, ସୁରେଶ ନାୟକ ଓ ଅରବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା ।

    ଶୁଣାଣି ବେଳେ CBI ଟିମ କୋର୍ଟରେ ଉପସ୍ଥିତ ଥିଲା ।  ଜାମିନ ନଦେବା ପାଇଁ ନିଜ ଓକିଲଙ୍କ ମାଧ୍ୟମରେ ଯୁକ୍ତି ରଖିଥିଲା ସିବିଆଇ  l  ସେପଟେ ମୂଳ ମାମଲା ସ୍ଥାନାନ୍ତର ପାଇଁ ଜେଏମଏଫସି କୋର୍ଟକୁ ଯାଇ ଆବେଦନ କରିଛି ସିବିଆଇ ।  ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ତଦନ୍ତ ଆରମ୍ଭ କରିଛି ସିବିଆଇ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ