Wednesday, May 13, 2026
40 C
Odisha

    ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ, ଚଳିତବର୍ଷ ପାସ୍ ହାର ୮୫.୨୦%

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ରେଜଲ୍ଟ । cbse.gov.in କିମ୍ବା results.cbse.nic.in ଯାଇ ଚେକ୍ କରିପାରିବେ ଛାତ୍ରଛାତ୍ରୀ । ଡିଜି ଲକର୍ ଏବଂ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ପ୍ରକାଶିତ । ଏସବୁ ୱେବସାଇଟରେ ନିଜର ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

    ଚଳିତବର୍ଷ ରେଜଲ୍ଟ ହାର ୮୫.୨୦% । ଗତବର୍ଷ ତୁଳନାରେ ପରୀକ୍ଷା ପାସ୍ ହାର ୩.୧୯% କମ୍ । ଗତବର୍ଷ ପାସ୍ ହାର ୮୮.୯୩% ରହିଥିଲା । ଚଳିତବର୍ଷ ୧୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିଲେ । ଏଥିରେ ପ୍ରାୟ ୧୬.୮ ଲକ୍ଷ ଛାତ୍ର ପରୀକ୍ଷା ଦେଇଛନ୍ତି । ପରୀକ୍ଷାରେ ପ୍ରାୟ ୧୫ ଲକ୍ଷ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।

    ଚଳିତବର୍ଷ ମଧ୍ୟ ଝିଅମାନେ ଆଗରେ ରହିଛନ୍ତି । ଛାତ୍ରୀ ପାସ୍ ହାର ୮୮.୮୬% ରହିଛି । ସେହିପରି ଛାତ୍ର ପାସ୍ ହାର ୮୨.୧୩% ରହିଛି । ଛାତ୍ରଛାତ୍ରୀମାନେ ଏସବୁ ୱେବସାଇଟକୁ ଯାଇ ନିଜର ରେଜଲ୍ଟ ଚେକ୍ କରିପାରିବେ ।

    କେମିତି କରିବେ ଡାଉନଲୋଡ୍ :

    ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
    ଏହାପରେ ୧୨ଶ ସ୍କୋରକାର୍ଡ ପିଡିଏଫରେ ଲିଙ୍କରେ କ୍ଲିକ୍ କରନ୍ତୁ ।
    ଲଗଇନ କରି ରେଜିଷ୍ଟ୍ରେସନ ନମ୍ବର, ରୋଲ ନମ୍ବର ଏବଂ ଜନ୍ମ ତିଥି ଦିଅନ୍ତୁ ।
    ଏହାପରେ ନିଜ ସ୍କୋରକାର୍ଡର ପିଡିଏଫକୁ ଡାଉନଲୋଡ କରି ସେଭ୍ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    40 ° C
    40 °
    40 °
    19 %
    3.1kmh
    67 %
    Wed
    38 °
    Thu
    43 °
    Fri
    44 °
    Sat
    45 °
    Sun
    43 °

    ସମ୍ବନ୍ଧିତ