Saturday, April 4, 2026
29 C
Odisha

    ପ୍ରକୃତିଙ୍କ କୁତୁ କୁତୁ!

    ଆଗକୁ ପଢନ୍ତୁ

    ଗତବର୍ଷ ମୁକ୍ତିଲାଭ କରିଥିବା ‘କୁହୁଡ଼ି’ରେ ଓଲିଉଡ୍‌ର ଜଣାଶୁଣା ନାୟିକା ପ୍ରକୃତି ମିଶ୍ରଙ୍କୁ ଶେଷ ଥର ଲାଗି ବଡ଼ ପରଦାରେ ଦେଖିବାକୁ ମିଳିଥିଲା। ଶିଶୁ କଳାକାରରୁ ନାୟିକା ବନିଥିବା ପ୍ରକୃତି ପୁଣି ଆସୁଛନ୍ତି ଏକ ନୂଆ ଓଡ଼ିଆ ସିନେମାରେ। ତେବେ ଏଥିରେ ସେ ନାୟିକା ନୁହନ୍ତି, ବରଂ ଆଇଟମ୍ ଗାର୍ଲ ଭାବେ ନଜର ଆସିବେ। ରାଜା ଡି’ଙ୍କ ନିର୍ଦ୍ଦେଶିତ ‘ଘମାଘୋଟ୍’ର ଏକ ଆଇଟମ୍ ନମ୍ବର ‘କୁତୁ କୁତୁ କୁତୁ…’ରେ ପ୍ରକୃତିଙ୍କ ନୃତ୍ୟ ଏବେ ଚର୍ଚ୍ଚାରେ ରହିଛି। ଏହି ଗୀତରେ କଣ୍ଠଦାନ କରିଛନ୍ତି ଆଇଟମ୍ ନମ୍ବର ସ୍ପେସିଆଲିଷ୍ଟ୍‌ ଅସୀମା ପଣ୍ଡା। ‘ଧୂଳିଆ ଜନ୍ଦା’ ଓ ‘ମୋତେ ଲାଲ୍ ଟହ ଟହ ଦେଇ ଗୋଲାପ…’ ଭଳି ହିଟ୍ ଆଇଟମ୍ ଗୀତ ପାଇଁ ଚର୍ଚ୍ଚାରେ ରହିଥିବା ଗୌରବ ଆନନ୍ଦ ଏହାର ସ୍ବର ସଂଯୋଜନା କରିଛନ୍ତି। ଆଉ ଏହାର କୋରିଓଗ୍ରାଫି କରିଛନ୍ତି କବୀର। ଏହି ଗୀତ ସଂପର୍କରେ ନିର୍ଦ୍ଦେଶକ ରାଜା ଡି କହନ୍ତି, ‘‘ଏଥିଲାଗି ପ୍ରଥମରୁ ମୁଁ ପ୍ରକୃତିଙ୍କୁ ନେବା ଲାଗି ସ୍ଥିର କରିଥିଲି। ପ୍ରକୃତି ଜବରଦସ୍ତ ନୃତ୍ୟ ବି କରିଛନ୍ତି।’’ସୂଚନାଯୋଗ୍ୟ, ୨୦୧୨ରେ ସୋ’ମ୍ୟାନ୍ ପ୍ରଶାନ୍ତ ନନ୍ଦଙ୍କ ଫିଲ୍ମ ‘ଥୁକୁଲ୍’ରେ ନାୟିକା ଭାବେ ଡେବ୍ୟୁ କରିଥିବା ପ୍ରକୃତି ପୂର୍ବରୁ ‘ସାବତ ମା’, ‘ହରିଭାଇ ହାରେନା’, ‘ଶାଶୂଘର ଚାଲିଯିବି’ ଓ ‘ସାତସୁରେ ବନ୍ଧା ଏ ଜୀବନ’ ପରି ଓଡ଼ିଆ ଛବିରେ ଶିଶୁ କଳାକାର ରୂପେ ନଜର ଆସିଥିଲେ। ପରେ ନାୟିକା ରୂପେ ସେ ‘ମିଠା ମିଠା’, ‘ପ୍ରେମିକା’, ‘ଓମ୍ ସାଇ ରାମ୍’, ‘ଏସିପି ସାଗରିକା’, ‘ଓମ୍’, ‘ପ୍ରେମମ୍’, ‘ହେଲୋ ଆରସୀ’, ‘ପଗଲୁ’, ‘ପ୍ରତିଘାତ’ ଓ ‘କୁହୁଡ଼ି’ ଆଦି ଓଡ଼ିଆ ଛବିରେ ମୁଖ୍ୟ ନାରୀ ଚରିତ୍ରରେ ଅଭିନୟ କରିଥିଲେ। ଏଣେ ତାଙ୍କ ଅଭିନୀତ ‘କଫି ସପ୍’ ବି ମୁକ୍ତି ପ୍ରତୀକ୍ଷାରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ