Tuesday, April 7, 2026
27.6 C
Odisha

    ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଥାନାରେ ଏତଲା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଜେଡିର ଅନ୍ୟତମ କ୍ଷମତାକେନ୍ଦ୍ର କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି ଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଆଇନଜୀବୀ। ପ୍ରଣବ ନିଜ ସରକାରୀ ବାସଭବନ ପରିସରରେ ବଙ୍ଗଳା ନିର୍ମାଣ କରିବାକୁ ଅନୁମତି ନେଇଥିଲେ କି? କାହିଁକି ସରକାରୀ କ୍ବାର୍ଟର୍ସରେ ନିର୍ମାଣ କରିଥିଲେ ବଙ୍ଗଳା? ଆଲିସାନ୍ ବଙ୍ଗଳା ଭିତରେ କଣ ଚାଲିଥିଲା? ସେନେଇ ସ୍ବତନ୍ତ୍ର କମିଟି ଗଠନ କରି ତଦନ୍ତ କରିବାକୁ ଆଇନଜୀବୀ ଦାବି କରିଛନ୍ତି । ସରକାରୀ କ୍ବାର୍ଟର୍ସ ପରିସରରେ କିଛି ନିର୍ମାଣ କରିବାକୁ ହେଲେ ଅନୁମତି ନେବାକୁ ପଡେ । ତେବେ ବବି ବେଆଇନ୍ ଭାବେ ନିର୍ମାଣ କରିଥିଲେ ଓ ପରେ ତାକୁ ଭାଙ୍ଗି ଦେଇଥିବା କୁହାଯାଉଛି ।ବବିଙ୍କ ସରକାରୀ କ୍ବାର୍ଟର୍ସ ଭିତରେ ରହିଥିଲା ଆଲିସାନ୍ ବଙ୍ଗଳା। ତିନି ମହଲା କୋଠା, ଅଣ୍ଡର ଗ୍ରାଉଣ୍ଡ ଘର, ସୁଇମିଂ ପୁଲ୍ ସାଙ୍ଗକୁ ରୁଫ୍ ଟଫ୍ କଟେଜ ବି ନିର୍ମାଣ କରାଯାଇଥିବା ଚର୍ଚ୍ଚା ହେଉଛି। ମୂଲ୍ୟବାନ କାଠ ଓ କାଚରେ କୋଠାର ଭିତର ପାଖକୁ ସଜ୍ଜିତ କରାଯାଇଥିଲା। ଏପରିକି ସେଠାରେ କୃତ୍ରିମ ବରଫ ବର୍ଷା ଭଳି ଅତ୍ୟାଧୁନିକ ସୁବିଧା ରହିଥିବା ବି କୁହାଯାଉଛି । ତେବେ ଏହି ବଙ୍ଗଳାରେ କଣ ଚାଲିଥିଲା? ସେନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଆଇନଜୀବୀ ଦାବି କରିଛନ୍ତି ।୨୦୧୯ ଜୁନ୍ ୧୬ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପ୍ରଣବଙ୍କୁ କ୍ବାର୍ଟର୍ସ ଆବଣ୍ଟନ କରିଥିଲା। ତେବେ ସରକାରଙ୍କ ବିନା ଅନୁମତିରେ କୌଣସି ଭଙ୍ଗାଗଢା କାମ ନକରିବାକୁ ଚିଠିରେ ଉଲ୍ଲେଖ ରହିଥିଲା । ତେବେ ପ୍ରଣବ ନିଜ କ୍ବାର୍ଟର୍ସ ଦୁଇ ପାଖରେ ରହିଥିବା ଦୁଇ ସରକାରୀ କ୍ବାର୍ଟର୍ସର ପ୍ରାୟ ୪୦ପ୍ରତିଶତ ଜାଗାକୁ ମିଶାଇ ବିଶାଳ ପାଚେରୀ ନିର୍ମାଣ କରିଥିଲେ । ଏହାସହ କୋଟି କୋଟି ଟଙ୍କା ବ୍ୟୟରେ ଆଲିସାନ୍ ବଙ୍ଗଳା ନିର୍ମାଣ କରିଥିବା କୁହାଯାଉଛି । ତେବେ ନିଜେ ନିର୍ବାଚନ ହାରିବା ପରେ ସେ ସେହି ଘର ଭାଙ୍ଗି ଦେଇଛନ୍ତି । ନିୟମ ଅନୁସାରେ ବବି ସରକାରୀ କ୍ବାର୍ଟର୍ସ ମଧ୍ୟରେ କୌଣସି ନିର୍ମାଣ ଭାଙ୍ଗି ପାରିବେନାହିଁ ।ସରକାରୀ କ୍ବାର୍ଟର୍ସରେ ନିର୍ମାଣକୁ ନେଇ ବବି ବିବାଦରେ ଛନ୍ଦି ହୋଇଥିବା ବେଳେ ଯାଜପୁର ପୌରପାଳିକା ଅଧୀନରେ ଥିବା କୁସୁମା ପୋଖରୀରେ ନିକଟରେ ତିଆରି ହୋଇଥିଲା ବିଳାସପୂର୍ଣ୍ଣ ବଙ୍ଗଳା ନେଇ ବି ଉଠିଲାଣି ସ୍ବର । ପୋଖରୀକୁ ଲାଗି ଥିବା  ଶିଶୁ ଉଦ୍ୟାନ ସ୍ଥାନରେ ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ କରାଯାଇଛି । କୁୁସୁମା ପୋଖରୀ ନିକଟରେ ନିର୍ମିତ 9ଟି କଟେଜ କ୍ରୀଡା ବିଭାଗ ଅଧୀନରେ ରହିଛି। ବିଭାଗର ସିଏସଆର ପାଣ୍ଠିରୁ 8କୋଟି ଟଙ୍କା ବଙ୍ଗଳା ନିର୍ମାଣରେ ଖର୍ଚ୍ଚ ହୋଇଛି। ଏନେଇ ଯାଜପୁର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି। ତେବେ ସ୍ଥାନୀୟ ଲୋକେ ପୂର୍ବତନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଆଡକୁ ଆଙ୍ଗୁଳି ଦେଖାଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ