Sunday, October 18, 2026
29.7 C
Odisha

    ପ୍ରତିଦିନ ଜଳଖିଆରେ ଅଣ୍ଡା ଖାଉଛନ୍ତି କି? ଜାଣନ୍ତୁ କ’ଣ କହୁଛନ୍ତି ଡାଏଟିସିଆନ୍

    ଆଗକୁ ପଢନ୍ତୁ

    ଅଣ୍ଡାକୁ ଏକ ସମ୍ପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ ଭାବେ ଗଣାଯାଏ, କିନ୍ତୁ ଏଥିରେ ଥିବା କୋଲେଷ୍ଟ୍ରଲକୁ ନେଇ ଅନେକ ସମୟରେ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଥାଏ। ନିକଟରେ ଗୁରୁଗ୍ରାମ ସ୍ଥିତ ମାରେଙ୍ଗୋ ଏସିଆ ହସ୍ପିଟାଲର ମୁଖ୍ୟ ଡାଏଟିସିଆନ୍ ପରମିତ୍ କୌର ଅଣ୍ଡା ଖାଇବାର ସଠିକ୍ ପରିମାଣ ଓ ଏହାର ଉପକାରିତା ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

    ଅଣ୍ଡା ହେଉଛି ଉଚ୍ଚମାନର ପ୍ରୋଟିନ୍, ସୁସ୍ଥକର ଚର୍ବି ଏବଂ ଅତ୍ୟାବଶ୍ୟକ ଭିଟାମିନ୍ (ଭିଟାମିନ୍ D, B12, A ଏବଂ E) ର ଏକ ଭଣ୍ଡାର। ଏଥିରେ ଥିବା ସେଲେନିୟମ୍, ଆଇରନ୍ ଏବଂ କୋଲାଇନ୍ ମସ୍ତିଷ୍କର କାର୍ଯ୍ୟଦକ୍ଷତା ଓ ମେଟାବୋଲିଜିମ୍ ବଢ଼ାଇବାରେ ସାହାଯ୍ୟ କରିଥାଏ।

    ଡାଏଟିସିଆନ୍‌ଙ୍କ ଅନୁଯାୟୀ, ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ୧ ରୁ ୨ଟି ଅଣ୍ଡା କିମ୍ବା ସପ୍ତାହକୁ ୭ଟି ଅଣ୍ଡା ନିର୍ଭୟରେ ଖାଇପାରିବେ। ସେ କହିଛନ୍ତି ଯେ, ଅଣ୍ଡାରେ ଥିବା କୋଲେଷ୍ଟ୍ରଲ ରକ୍ତରେ ଥିବା କୋଲେଷ୍ଟ୍ରଲ ଉପରେ ସେତେଟା ପ୍ରଭାବ ପକାଇ ନଥାଏ, ଯେତିକି ‘ଟ୍ରାନ୍ସ ଫ୍ୟାଟ୍’ ବା ଅତ୍ୟଧିକ ତେଲଜାତୀୟ ଖାଦ୍ୟ ପକାଇଥାଏ।

    ଯେଉଁମାନଙ୍କର ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ କିମ୍ବା ହୃଦରୋଗ ରହିଛି, ସେମାନେ ଅଣ୍ଡାର କେଶର ଖାଇବା ସମୟରେ ସତର୍କ ରହିବା ଉଚିତ୍। ଏଭଳି ବ୍ୟକ୍ତିମାନେ ଡାକ୍ତରଙ୍କ ପରାମର୍ଶ ନେଇ ନିଜ ଖାଦ୍ୟରେ ଅଣ୍ଡା ସାମିଲ କରିବା ଭଲ।

    ଅଣ୍ଡାର ସମ୍ପୂର୍ଣ୍ଣ ପୋଷ୍ଟିକତା ପାଇବା ପାଇଁ ଏହାର ରନ୍ଧନ ଶୈଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସିଝା ଅଣ୍ଡା ସବୁଠାରୁ ସ୍ୱାସ୍ଥ୍ୟପ୍ରଦ ବିକଳ୍ପ ବୋଲି କୁହାଯାଇଛି। ଅଧିକ ତେଲ ବା ବଟରରେ ଭଜା ଅଣ୍ଡାର ପୁଷ୍ଟିକର ଗୁଣ କମିଯାଏ ଏବଂ ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.7 ° C
    29.7 °
    29.7 °
    59 %
    1.5kmh
    83 %
    Sun
    29 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ