Friday, October 9, 2026
22 C
Odisha

    ପ୍ରଥମ ଖୋ ଖୋ ବିଶ୍ବ ଚାମ୍ପିଅନ ହେଲା ଭାରତୀୟ ମହିଳା ଦଳ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଖୋ ଖୋର ପ୍ରଥମ ବିଶ୍ୱ ବିଜେତା ଦଳ ପାଲଟିଛି ଭାରତ । ଜାନୁଆରୀ ୧୯ ତାରିଖ ରବିବାର ନୂଆଦିଲ୍ଲୀରେ ଖେଳାଯାଇଥିବା ଫାଇନାଲରେ ଭାରତୀୟ ମହିଳା ଦଳ ଏକତରଫା ଢଙ୍ଗରେ ନେପାଳକୁ ୩୮ ପଏଣ୍ଟ ବ୍ୟବଧାନରେ ସହଜରେ ପରାସ୍ତ କରି ଟାଇଟଲ ଜିତିଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପରଠାରୁ କ୍ରମାଗତ ଭାବେ ଆଧିପତ୍ୟ ବଜାୟ ରଖିଥିବା ଭାରତୀୟ ମହିଳା ଦଳ ଫାଇନାଲରେ ସମାନ ଶୈଳୀ ଜାରି ରଖି ନେପାଳକୁ ୭୮-୪୦ ସ୍କୋରରେ ପରାସ୍ତ କରି ଚାମ୍ପିଅନସିପ୍ ଦଖଲ କରିଛି।ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ଜାନୁଆରି ୧୩ରୁ ପ୍ରଥମ ଖୋ ଖୋ ବିଶ୍ୱକପ୍ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ମ୍ୟାଚ୍ ରେ ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୭୬ ପଏଣ୍ଟ  ହାସଲ କରି ବଡ଼ ବିଜୟ ହାସଲ କରିଥିଲା। ଏହି ବିଜୟ ସହ ଟିମ୍ ଇଣ୍ଡିଆ ନିଜର ଉଦ୍ଦେଶ୍ୟ ପ୍ରକାଶ କରିଥିଲା ଏବଂ ପ୍ରତ୍ୟେକ ଦଳକୁ ଧ୍ୱଂସ କରିବାକୁ ଉଦ୍ଦେଶ୍ୟ ରଖିଥିଲା। ରବିବାର ଫାଇନାଲ୍ ସହ ଭାରତୀୟ ଦଳ ନିଜ ଉଦ୍ଦେଶ୍ୟକୁ ବାସ୍ତବରେ ପରିଣତ କରି ଟାଇଟଲ୍ ଦଖଲ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    90 %
    1.3kmh
    2 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ