Wednesday, April 1, 2026
35.5 C
Odisha

    ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କଲେ Z-Morh ଟନେଲ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ-କାଶ୍ମୀରର ଗାନ୍ଦରବଲରେ ଜେଡ୍-ମୋର୍ (Z-Morh) ଟନେଲ୍ ଉଦଘାଟନ କରିଛନ୍ତି । ଏହି ଟନେଲ୍ ନିର୍ମାଣ ପରେ ଲଦାଖ ଯାତ୍ରା ଏବେ ପୂର୍ବ ଅପେକ୍ଷା ସହଜ ହୋଇଯିବ । ଭାରତୀୟ ସେନା ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । ଟନେଲ୍ ଉଦଘାଟନ ଅବସରରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଏଲଜି ମନୋଜ ସିହ୍ନା ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ । ପିଏମ୍ ମୋଦିଙ୍କ କାଶ୍ମୀର ଗସ୍ତକୁ ନଜରରେ ରଖି ସୁରକ୍ଷା ବାହିନୀ ଘାଟିରେ ସିକ୍ୟୁରିଟି ବଢ଼ାଇ ଦେଇଛନ୍ତି ।ପ୍ରାୟ ୧୨ କିଲୋମିଟର ଲମ୍ବ ଏହି ପ୍ରକଳ୍ପ ୨,୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି ।ଏଥିରେ ୬.୪ କିଲୋମିଟର ଲମ୍ବ ସୋନମର୍ଗ ମୁଖ୍ୟ ଟନେଲ୍, ଏକ ପ୍ରସ୍ଥାନ ସୁଡ଼ଙ୍ଗ ଏବଂ ପ୍ରବେଶ ପଥ ରହିଛି । ସମୁଦ୍ର ପତ୍ତନଠାରୁ ୮,୬୫୦ ଫୁଟରୁ ଅଧିକ ଉଚ୍ଚରେ ଥିବା ଏହି ପ୍ରକଳ୍ପ ଲେହ ରାସ୍ତାରେ ଶ୍ରୀନଗର ଏବଂ ସୋନମର୍ଗ ମଧ୍ୟରେ ସବୁ ସମୟରେ ସଂଯୋଗକୁ ବଢ଼ାଇବ । ଭୂସ୍ଖଳନ ଓ ହିମସ୍ଖଳନରୁ ରକ୍ଷା କରିବା ସହିତ ଲଦାଖ ଅଞ୍ଚଳରେ ସୁରକ୍ଷିତ ପ୍ରବେଶ ସୁନିଶ୍ଚିତ କରିବ ।

    ଏହି ପ୍ରକଳ୍ପ ସୋନମର୍ଗକୁ ବର୍ଷସାରା ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବ, ଯାହା ଦ୍ୱାରା ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଏହା ଶୀତକାଳୀନ ପର୍ଯ୍ୟଟନ ଏବଂ ସ୍ଥାନୀୟ ଜୀବିକାକୁ ପ୍ରୋତ୍ସାହନ ପ୍ରଦାନ କରିବ ।ଏହି ସୁଡ଼ଙ୍ଗକୁ Z ମୋର୍ ଟନେଲ୍ କୁହାଯିବାର କାରଣ ହେଉଛି, ଏହା ଇଂରାଜୀ ଅକ୍ଷର ‘Z’ ଆକାର ସଦ୍‌ଶ । ଏହି ଟନେଲ୍ ନିର୍ମାଣ ପରେ ୧୨ କିଲୋମିଟରର ଦୂରତା ଏବେ ହ୍ରାସ ପାଇ ୬.୫ କିଲୋମିଟର ହୋଇଛି । ଏହି ଦୂରତା ଶେଷ କରିବାକୁ ମାତ୍ର ୧୫ ମିନିଟ୍ ସମୟ ଲାଗିବ ।ସୁଡ଼ଙ୍ଗ ଖୋଲିବାର ସବୁଠାରୁ ବଡ଼ ଲାଭ ହେଉଛି, କେହି ବି ଶୀତ ଋତୁରେ ଏହି ରାସ୍ତା ଦେଇ ଯିବା ବେଳେ ହିମସ୍ଖଳନ ଯୋଗୁ ଘଣ୍ଟା ଘଣ୍ଟା ଧରି ହାଇୱେରେ ଫସିରହିବାର ଭୟ ରହିବ ନାହିଁ । କହି ରଖୁଛୁ, ଜୋଜିଲା ଟନେଲ୍ କାମ ସରିବା ପରେ ଶ୍ରୀନଗର-ଲେହ ରାସ୍ତା ବର୍ଷସାରା ଖୋଲା ରହିବ । ଏହି ପ୍ରକଳ୍ପ କାମ ୨୦୧୫ ମେ’ରେ ଆରମ୍ଭ ହୋଇ ଗତ ବର୍ଷ ସମାପ୍ତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ