Friday, October 2, 2026
22.9 C
Odisha

    ପ୍ରଫେସର ବଖାଣିଲେ ଆତଙ୍କୀ ଆକ୍ରମଣରେ କେମିତି ବଞ୍ଚାଇଲେ ଜୀବନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ପହଲଗାମରେ ଆକ୍ରମଣକୁ ନେଇ ସମଗ୍ର ଦେଶ ପ୍ରତିଶୋଧ ନିଆଁରେ ଜଳୁଛି। ବିଭିନ୍ନ ମହଲରୁ ଏହି ଲୋମହର୍ଷଣକାରୀ ଘଟଣାକୁ ନିନ୍ଦା କରାଯାଉଛି। ମଙ୍ଗଳବାର ଅପରାହ୍ନରେ ଜମ୍ମୁ-କାଶ୍ମୀର ପହଲଗାମ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ୧୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀମାନେ ପହଲଗାମ୍ ଭ୍ରମରେ ଆସିଥିବା ପର୍ଯ୍ୟଟକ ମାନଙ୍କୁ ତାଙ୍କର ଧର୍ମ ପଚାରି ଗୁଳି କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ପର୍ଯ୍ୟଟକମାନଙ୍କୁ କଲମା ପଢିବାକୁ କୁହାଯାଇଥିଲା। ଯେଉଁମାନେ କଲମା ପଢିଲେ , ସେମାନେ ବର୍ତ୍ତିଗଲେ। ଆଉ ଯେଉଁମାନେ କଲମା ପଢି ପାରିଲେନାହିଁ , ସେମାନଙ୍କୁ ଚିରନିଦ୍ରାରେ ଶୁଣାଇଦେଲେ ଆତଙ୍କୀ। ଏସବୁ ମଧ୍ୟରେ କଲମା ପଢି ଆତଙ୍କୀଙ୍କ ଗୁଳିରୁ ବର୍ତ୍ତିଯାଇଛନ୍ତି ଆସାମ ୟୁନିଭର୍ସିଟିରେ ବଙ୍ଗଳୀ ବିଭାଗର ସହାୟକ ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟ । ସେ କଲମା ପଢି ଜାଣିଥିଲେ। ତେଣୁ ଆତଙ୍କୀମାନେ ତାଙ୍କୁ ଛାଡିଦେଇଥିଲେ। ଦେବାଶିଷ କହିଛନ୍ତି ଆତଙ୍କୀ ହମଲା ସମୟରେ ସେ ବେସରନ ଘାଟିରେ ନିଜ ପରିବାର ସହ ଥିଲେ। ଏକ ଗଛ ମୂଳେ ସେ ନିଜ ପରିବାର ସହ ବସିଥିଲେ। ସେହି ସମୟରେ ତାଙ୍କ ଆଖପାଖ ଲୋକ କଲମା ପଢୁଥିଲେ। ସେମାନଙ୍କଠାରୁ ଶୁଣି ସେ ମଧ୍ୟ କଲମା ପଢିବା​‌ ଆରମ୍ଭ କରିଦେଇଥିଲେ। କିଛି ସମୟ ପରେ ଯେତେବେଳେ ଆତଙ୍କବାଦୀମାନେ ତାଙ୍କ ଆଡକୁ ବଢିଥିଲେ ସେ ଜୋର ଜୋରରେ କଲମା ପଢିବା ଆରମ୍ଭ କରିଥିଲେ। ଏହାପରେ ଆତଙ୍କବାଦୀମାନେ କୌଣସି କାରଣରୁ ସେଠାରୁ ଫେରିଯାଇଥିଲେ। ଏହାପରେ ସୁଯୋଗ ଦେଖି ପ୍ରଫେସର ଚୁପଚାପ ନିଜ ପତ୍ନୀ ଏବଂ ପୁଅ ସହ ସେଠାରୁ ଲୁଚି କରି ଖସି ପଳାଇଥିଲେ। ପାଖାପାଖି ଦୁଇ ଘଣ୍ଟା ଚାଲିବା ପରେ ଏବଂ ଘୋଡା ପାଦ ଚିହ୍ନକୁ ଅନୁସରଣ କରି ସେ ଶେଷରେ ହୋଟେଲରେ ପହଞ୍ଚିବାରେ ସଫଳ ହୋଇଥିଲେ। ଆହୁରି ସେ ମଧ୍ୟ କହିଥିଲେ ମୋର ବିଶ୍ଵାସ ହେଉନି ଯେ ମୁଁ ଜୀବିତ ଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ