Saturday, April 4, 2026
38.1 C
Odisha

    ପ୍ରବଳ ତାତିକୁ ଝାଞ୍ଜି ମାଡ଼, ୯ଟି ସ୍ଥାନରେ ୪୦ ଡିଗ୍ରୀ ଡେଇଁଲା ପାରଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦିନରେ ଜଳାଉଛି, ରାତିରେ ଢାଳୁଛି । ଡହଡହ ଖରାକୁ ଝାଞ୍ଜି ମାଡ଼ । ୯ଟି ସ୍ଥାନରେ ୪୦ ଡିଗ୍ରୀ ଡେଇଁଲା ପାରଦ। ଗତକାଲି ସର୍ବାଧିକ ତାତି ଥିଲା ଶିଳ୍ପାଞ୍ଚଳ ଝାରସୁଗୁଡ଼ାରେ । ୪୧.୬ ଡିଗ୍ରୀ ଛୁଇଁଥିଲା ପାରଦ । ଟିଟିଲାଗଡ଼ରେ ୪୦.୫, ହୀରାକୁଦରେ ୪୦.୪, ବଲାଙ୍ଗିରରେ ୪୦.୩ ,କଟକରେ ୩୮.୪ ଓ ଭୁବନେଶ୍ବରରେ ପାରଦ ୩୮.୭ ଡିଗ୍ରୀରେ ପହଞ୍ଚିଛି । ତାପମାତ୍ରା ସ୍ବାଭାବିକ ଠାରୁ ୨.୨ ଡିଗ୍ରୀ ଅଧିକ ରହିଥିଲା । ଏମିତି ତାତି ପ୍ରହାର ସହ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ ବା ହିଟ୍ ୱେଭ୍ ପ୍ରକୋପ । କାଳବୈଶାଖୀର ପ୍ରଭାବରେ ଆସନ୍ତା ୨ ଦିନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ଦିନ ତାପମାତ୍ରା । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ