ଭୁବନେଶ୍ୱର : ପ୍ରବଳ ବର୍ଷାରେ ବେହାଲ ଟ୍ବିନସିଟି । ସକାଳୁ ସକାଳୁ ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ହୋଇଛି । ଭୁବନେଶ୍ବରରେ ସକାଳୁ ସନ୍ଧ୍ୟାର ଭ୍ରମ ସୃଷ୍ଟି କରିଛି। ଲଗାଣ ବର୍ଷା ଯୋଗୁଁ ଟ୍ୱିନ୍ ସିଟିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ। ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବା ସହ ଅତ୍ୟାବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ପ୍ରବଳ ବର୍ଷା ଯୋଗୁ କଟକରେ ଜଳବନ୍ଦୀ ସମସ୍ୟା ଉପୁଜିଛି। ରାସ୍ତାଘାଟରେ ପାଣି ଜମିବା ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି ।
ଅନ୍ୟପଟେ କଟକ ମହାନଗର ନିଗମ ପକ୍ଷରୁ ଅନେକ ସ୍ଥାନରେ ୩୦୦ରୁ ଉର୍ଦ୍ଧ ପମ୍ପ ସେଟ୍ ଲଗାଯାଇଛି । ବର୍ଷାଜଳ ଡ୍ରେନେଜକୁ କିପରି ନିଷ୍କାସିତ ହେବ ତା ଉପରେ ଫୋକସ କରିଛି କଟକ ମହାନଗର ନିଗମ
