Tuesday, April 7, 2026
35.3 C
Odisha

    ପ୍ରବାସୀ ଶ୍ରମିକଙ୍କ ପାଇଁ ବଢ଼ିଲା ସୁବିଧା, ଏଣିକି କୋଟାରେ ମିଳିବ ଗ୍ୟାସ୍ ସିଲିଣ୍ଡର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରବାସୀ ଶ୍ରମିକଙ୍କ ପାଇଁ ବଢ଼ିଲା ସୁବିଧା । ୫ କେଜିଆ ଗ୍ୟାସ୍ ସିଲିଣ୍ଡର କୋଟା ବଢ଼ିଲା । ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା । ଏଣିକି ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ୫ କିଲୋଗ୍ରାମ ବିଶିଷ୍ଟ ଛୋଟ ଗ୍ୟାସ୍ ସିଲିଣ୍ଡର FTLର ଦୈନିକ କୋଟାକୁ ଦୁଇଗୁଣା କରାଯିବ । ପ୍ରତି ରାଜ୍ୟରେ ଚାହିଦା ଅନୁଯାୟୀ ଏହି ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଶ୍ରମିକମାନେ କାମ ପାଇଁ ନିଜ ଘର ଛାଡ଼ି ବାହାରେ ରହୁଛନ୍ତି ସେମାନଙ୍କୁ ସହଜରେ ଏବଂ ଅଧିକ ସଂଖ୍ୟାରେ ରନ୍ଧନ ଗ୍ୟାସ ଉପଲବ୍ଧ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ । ରାଜ୍ୟଗୁଡ଼ିକରେ ଥିବା ବିଭିନ୍ନ ବିତରଣ କେନ୍ଦ୍ରରେ ଚାହିଦା ମୁତାବକ ଏହାର ଯୋଗାଣ ବଢ଼ାଯିବ । ଦେଶର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକମାନଙ୍କୁ ରନ୍ଧନ ଗ୍ୟାସ ସୁବିଧା ଯୋଗାଇ ଦେବା ପାଇଁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ।

    ପୂର୍ବରୁ ୨୧ ମାର୍ଚ୍ଚ ୨୦୨୬ରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଧାର୍ଯ୍ୟ କରାଯାଇଥିବା ୨୦ ପ୍ରତିଶତ ସୀମାକୁ ବର୍ତ୍ତମାନ ହଟାଇ ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ଗତ ମାର୍ଚ୍ଚ ୨ ରୁ ୩ ତାରିଖ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ହୋଇଥିବା ହାରାହାରି ଦୈନିକ ଯୋଗାଣକୁ ଭିତ୍ତି କରି ଏହି ସିଲିଣ୍ଡର ସଂଖ୍ୟାକୁ ଦୁଇଗୁଣା କରାଯିବ।ଏହି ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ଏବଂ ସେମାନଙ୍କର ଖାଦ୍ୟ ଓ ନାଗରିକ ଯୋଗାଣ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ତେଲ କମ୍ପାନୀଗୁଡ଼ିକର (OMCs) ସହାୟତାରେ ଏହି ସିଲିଣ୍ଡରଗୁଡ଼ିକ କେବଳ ପଞ୍ଜୀକୃତ ପ୍ରବାସୀ ଶ୍ରମିକମାନଙ୍କୁ ହିଁ ଯୋଗାଇ ଦିଆଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ