Friday, September 18, 2026
31.1 C
Odisha

    ପ୍ରସବ ପରେ କେତେ ଦିନ ଋତୁସ୍ରାବ ବନ୍ଦ ହେବା ସ୍ୱାଭାବିକ, ଜାଣନ୍ତୁ ପିରିୟଡ୍ସ ଆସିବାରେ କାହିଁକି ହୁଏ ବିଳମ୍ୱ

    ଆଗକୁ ପଢନ୍ତୁ

    ପ୍ରସବ ପରେ ଜଣେ ମହିଳାଙ୍କ ଶରୀରରେ ଅନେକ ଶାରୀରିକ ଏବଂ ହରମୋନ ପରିବର୍ତ୍ତନ ହୋଇଥାଏ। ଏହି ସମୟ ମଧ୍ୟରେ ତାଙ୍କର ମାସିକ ଋତୁଚକ୍ର ବନ୍ଦ ହେବା କିମ୍ବା ବିଳମ୍ବରେ ହେବା ଏକ ସାଧାରଣ କଥା । କିନ୍ତୁ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠାଇଥାଏ। କିଛି ମହିଳାଙ୍କୁ ୬-୮ ସପ୍ତାହ ମଧ୍ୟରେ ପିରିଅଡ୍ସ ଆସିଯାଏ, ତ ଆଉ କିଛି ମହିଳାଙ୍କୁ ମାସ ମାସ ଅପେକ୍ଷା କରିବାକୁ ପଡ଼େ। ଏହାର କାରଣ ହେଉଛି ପ୍ରତ୍ୟେକ ମହିଳାଙ୍କ ଶରୀର, ରିକଭରି ସ୍ପିଡ୍ ଏବଂ ହରମୋନାଲ୍ ବ୍ୟାଲାନ୍ସ ଭିନ୍ନ ଭିନ୍ନ।

    କେତେ ଦିନ ପର୍ଯ୍ୟନ୍ତ ପିରିଅଡ୍ସ ନ ଆସିବା ସାଧାରଣ: ଡାକ୍ତରମାନଙ୍କ ଅନୁସାରେ, ଡିଲିଭରି ପରେ ୬ ସପ୍ତାହରୁ ୧୨ ମାସ ପର୍ଯ୍ୟନ୍ତ ପିରିଅଡ୍ସ ନ ଆସିବା ସାଧାରଣ କଥା। କେତେକ ମାମଲାରେ, ବିଶେଷକରି ଯେଉଁ ମହିଳାମାନେ ସମ୍ପୂର୍ଣ୍ଣ ବ୍ରେଷ୍ଟଫିଡିଂ କରୁଛନ୍ତି, ସେମାନଙ୍କଠାରେ ଏହି ସମୟ ୧୮ ମାସ ପର୍ଯ୍ୟନ୍ତ ମଧ୍ୟ ବଢ଼ିପାରେ।

    ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ, ଭାରତରେ ପ୍ରାୟ ଅଧାରୁ ଅଧିକ ମହିଳାଙ୍କୁ ଡିଲିଭରି ପରେ ୬ ମାସ ମଧ୍ୟରେ ପ୍ରଥମ ପିରିଅଡ୍ସ ଆସିଯାଏ। ତେବେ ପିରିଅଡ୍ସ ଡେରିରେ କିମ୍ବା ଶୀଘ୍ର ଆସିବା କୌଣସି ରୋଗର ଲକ୍ଷଣ ନୁହେଁ ।

    ପିରିଅଡ୍ସ ଡେରି ହେବାର ପ୍ରଧାନ କାରଣ:

    ଡିଲିଭରି ପରେ ପିରିଅଡ୍ସ ଫେରିବା ଅନେକ କାରଣ ଉପରେ ନିର୍ଭର କରେ। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ରେଷ୍ଟଫିଡିଂ। ସ୍ତନପାନ ସମୟରେ ଶରୀରରେ ପ୍ରୋଲାକ୍ଟିନ୍ ହାର୍ମୋନ୍ ବଢ଼ିଯାଏ, ଯାହା କ୍ଷୀର ତିଆରିରେ ସାହାଯ୍ୟ କରେ ଏବଂ କିଛି ସମୟ ପାଇଁ ଓଭ୍ୟୁଲେସନ୍ କୁ ରୋକି ଦିଏ।

    ଏହା ସହିତ ମାନସିକ ଚାପ, ନିଦ୍ରାର ଅଭାବ, ଶରୀରର ଧୀରେ ରିକଭରି, ହାର୍ମୋନାଲ୍ ପରିବର୍ତ୍ତନ ମଧ୍ୟ ପିରିଅଡ୍ସର ସମୟକୁ ପ୍ରଭାବିତ କରେ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା, ଯାହା ମାଧ୍ୟମରେ ଶରୀର ଆଗାମୀ ପ୍ରେଗ୍ନେନ୍ସି ପାଇଁ ନିଜକୁ ପ୍ରସ୍ତୁତ କରେ।

    ଡିଲିଭରି ପରେ ପିରିଅଡ୍ସକୁ ନର୍ମାଲ କିପରି କରିବେ:

    ଶରୀରକୁ ପୁନର୍ବାର ସନ୍ତୁଳିତ କରିବା ପାଇଁ ଠିକ୍ ଖାଦ୍ୟାଭ୍ୟାସ ଅତ୍ୟନ୍ତ ଜରୁରୀ। ଆୟରନ୍, କ୍ୟାଲସିୟମ୍ ଓ ପ୍ରୋଟିନ୍ ଭରପୂର ଖାଦ୍ୟ ଖାଇଲେ ଶରୀର ଶକ୍ତିଶାଳୀ ହୁଏ ଏବଂ ଡିଲିଭରି ପରେ ହୋଇଥିବା ଦୁର୍ବଳତା ଦୂର ହୁଏ। ମହିଳାମାନେ ବିଭିନ୍ନ ପନିପରିବାର ତରକାରୀ, ଭଜା, ସନ୍ତୁଳା, ଡାଲମା, ଡାଲି, ଫଳ, ବାଦାମ୍ ଖାଇବା ସହ ପର୍ଯ୍ୟାପ୍ତ ପାଣି ନିୟମିତ ନେବା ଉଚିତ। ଏହା ହାର୍ମୋନାଲ୍ ବ୍ୟାଲାନ୍ସ ରଖିବାରେ ସାହାଯ୍ୟ କରେ।

    ଏକ୍ସରସାଇଜ୍ ଏବଂ ଡାକ୍ତରୀ ପରାମର୍ଶ ମଧ୍ୟ ଆବଶ୍ୟକ:

    ହଳକା ଏକ୍ସରସାଇଜ୍ ଯେପରିକି, ଦୈନିକ ଚାଲିବା, ପୋଷ୍ଟନେଟାଲ୍ ଯୋଗ, ହାଲକା ସ୍ଟ୍ରେଚିଂ ଇତ୍ୟାଦି କରିବା ଉଚିତ୍ । ଏସବୁ ରକ୍ତ ସଞ୍ଚାଳନ ବଢ଼ାଏ, ମାନସିକ ଚାପ କମାଏ ଏବଂ ମୁଡ୍ ଭଲ କରେ। ଏଥିରୁ ଧୀରେ ଧୀରେ ପିରିଅଡ୍ସ ସାଧାରଣ ହେବା ଆରମ୍ଭ କରେ।

    ତେବେ, ଯଦି ଡିଲିଭରି ପରେ ବହୁ ସମୟ ପର୍ଯ୍ୟନ୍ତ ପିରିଅଡ୍ସ ନ ଆସୁଛି, ବେଶି ଯନ୍ତ୍ରଣା, ଅସାଧାରଣ ରକ୍ତସ୍ରାବ କିମ୍ବା ଅତ୍ୟଧିକ ଦୁର୍ବଳତା ଅନୁଭବ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    31.1 ° C
    31.1 °
    31.1 °
    65 %
    2.2kmh
    51 %
    Fri
    31 °
    Sat
    30 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ