Wednesday, January 14, 2026
27.2 C
Odisha

    ପ୍ରେସର ବୋମା ବିସ୍ଫୋରଣ: ୨ ଯବାନ ଓ ଜଣେ ଶିଶୁକନ୍ୟା ଆହତ

    ଆଗକୁ ପଢନ୍ତୁ

    ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଲନାର ଥାନା ଅଞ୍ଚଳର ତିମାପୁର ଗାଁରେ ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ପ୍ରେସର ବୋମାର ଶିକାର ଜଣେ ୧୦ ବର୍ଷର ଶିଶୁକନ୍ୟା ହୋଇଛନ୍ତି।ତିମାପୁର ଗ୍ରାମର ସୋଡି ମଲେ(୧୦) ଜଙ୍ଗଲ ଦେଇ ଆସୁଥିବା ବେଳେ ପ୍ରେସର ବୋମାର ଶିକାର ହୋଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ସୁକମା ମେଡିକାଲରେ ଚିକିତ୍ସା ଲାଗି ଶିଶୁକନ୍ୟାଙ୍କୁ ଭର୍ତ୍ତି କରିଥିଲେ।ଆହତ ଯବାନମାନେ ହେଲେ ରାମସୁ ମାଜ୍ଜି ଏବଂ ଗଜେନ୍ଦ୍ର ସୋଡି। ଦୁଇ ଆହତ ଯବାନଙ୍କୁ ଚିକିତ୍ସା ଲାଗି ତୁରନ୍ତ ରାୟପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ପୁଲିସ ଘଟଣାର ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.2 ° C
    27.2 °
    27.2 °
    19 %
    4.1kmh
    1 %
    Wed
    25 °
    Thu
    28 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ