Wednesday, October 7, 2026
30.3 C
Odisha

    ପ୍ୟାରିସରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ‘ଚିଡୋ’, ୧୦୦୦ରୁ ଅଧିକ ମୃତ

    ଆଗକୁ ପଢନ୍ତୁ

    ଶନିବାର ଫ୍ରାନ୍ସର ହିନ୍ଦ ମହାସାଗରରେ ମାୟୋଟେ ଦ୍ୱୀପ ଅଞ୍ଚଳକୁ ସାଇକ୍ଲୋନ ‘ଚିଡୋ’ ଧକ୍କା ଦେଇ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିଥିଲା। ଏହି ଘୂର୍ଣ୍ଣିବଳୟ ଦ୍ୱୀପର ଫ୍ରେଞ୍ଚ ଅଂଶକୁ ଘଣ୍ଟା ପ୍ରତି ୨୦୦ କିଲୋମିଟର (୧୨୪ ମାଇଲ ପ୍ରତି ଘଣ୍ଟା)ରେ ପବନ ବହିଥିଲା। ଏହି ଘୂର୍ଣ୍ଣିବଳୟ ଦ୍ୱାରା ଦ୍ୱୀପ ଅଞ୍ଚଳର ବହୁ କ୍ଷୟକ୍ଷତି କରିଛି। ଫ୍ରାନ୍ସ ଟିଭିର ରିପୋର୍ଟ ଅନୁଯାୟୀ ଏହି ବିପର୍ଯ୍ୟୟରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି। ଅଧିକାରୀ ଜଣକ ଟିଭି ଚ୍ୟାନେଲ ମାୟୋଟେ ଲା ୧ଆରେରେ କହିଛନ୍ତି ଯେ ମୁଁ ଭାବୁଛି ଏହି ଘୂର୍ଣ୍ଣି ଝଡ଼ରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି, ବୋଧହୁଏ ଏହି ସଂଖ୍ୟା ପ୍ରାୟ ଏକ ହଜାର କିମ୍ବା ହଜାର ହଜାର ହୋଇପାରେ। ଶନିବାରର ହୋଇଥିବା ଏହି ଘୂର୍ଣ୍ଣିଝଡ଼ ହେଉଛି ୯୦ ବର୍ଷ ମଧ୍ୟରେ ମାୟୋଟେକୁ ଆସିଥିବା ସବୁଠାରୁ ଭୟଙ୍କର ଘୂର୍ଣ୍ଣିଝଡ଼। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି, ମୋର ଚିନ୍ତାଧାରା ମାୟୋଟେରେ ଥିବା ଆମ ଦେଶବାସୀଙ୍କ ସହ ଅଛି, ଯେଉଁମାନେ କିଛି ଘଣ୍ଟା ଅତି ଭୟଙ୍କର ବିପଦ ସହିଛନ୍ତି। କେତେକ ଲୋକ ସବୁକିଛି ହରାଇଛନ୍ତି, ଆହୁରି ଅନେକେ ପ୍ରାଣ ହରାଇଛନ୍ତି। ଦକ୍ଷିଣ-ପୂର୍ବ ଭାରତ ମହାସାଗରରେ ଅବସ୍ଥିତ ମାୟୋଟ, ଫ୍ରାନ୍ସ ଏବଂ ୟୁରୋପୀୟ ୟୁନିଅନର ସବୁଠାରୁ ଗରିବ ଅଞ୍ଚଳ। ଏହି ଅଞ୍ଚଳରେ ବେଆଇନ ପ୍ରବାସୀଙ୍କ ସଂଖ୍ୟା ବହୁତ ଅଧିକ । ଏଥି ସହିତ, ଜନସଂଖ୍ୟାର ୭୫ପ୍ରତିଶତରୁ ଅଧିକ ଦାରିଦ୍ର ସୀମାରେଖା ତଳେ ବାସ କରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ