Sunday, March 29, 2026
26.3 C
Odisha

    ଫରେଷ୍ଟର ଆତ୍ମହତ୍ୟା ଘଟଣା: ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

    ଆଗକୁ ପଢନ୍ତୁ

    କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଶନିବାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ।

    ବିଭାଗୀୟ ପତ୍ର ସଂଖ୍ୟା ୧୯୦୮୭ ଅନୁଯାୟୀ ରାୟଗଡ଼ା ସିଲଭି କଲଚର ଡିଭିଜନ ଡିଏଫ୍‌ଓ ଦେବେନ୍ଦ୍ର କୁମାର ବେହେରାଙ୍କୁ ନିଲମ୍ବିତ କରାଯାଇଛି। ଏହି ସମୟରେ ସେ ଭୁବନେଶ୍ୱରସ୍ଥିତ ପିସିସିଏଫ୍‌ ଓ ଏଚ୍‌ଓଏଫ୍‌ଏଫ୍‌ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରିବେ। ସେହିପରି ବିନା ଅନୁମତିରେ ସେ ମୁଖ୍ୟ କାର୍ଯ୍ୟାଳୟ ଛାଡିପାରିବେ ନାହିଁ ବୋଲି ପତ୍ରରେ ଉଲ୍ଲେଖ ରହିଛି।

    ପ୍ରକାଶ ଯେ, ସେପ୍ଟେମ୍ବର ୧୮ରେ ଫରେଷ୍ଟର ନାୟକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ୍‌ ନୋଟ ଛାଡ଼ିଯାଇଥିଲେ। ଏଥିରେ ସେ ଡିଏଫ୍‌ଓ ଦେବେନ୍ଦ୍ରଙ୍କୁ ପିସି ଦେଇ ନ ପାରିବାରୁ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଥିଲେ। ଏହି ଘଟଣାକୁ ନେଇ ଭବାନୀପାଟଣା ଟାଉନ ଥାନାରେ ମୃତ ଫରେଷ୍ଟରଙ୍କ ଭାଇ ରବି ନାରାୟଣ ନାୟକ ଡିଏଫ୍‌ଓ ବେହେରାଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୩୬୪/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ ପୋଲିସ ଡିଏଫ୍‌ଓ ବେହେରାଙ୍କୁ ଥାନାରେ ହାଜର ହେବା ପାଇଁ ସମନ୍‌ କରିଥିଲା। ହେଲେ ସେ ହାଜର ହେବା ପରିବର୍ତ୍ତେ ଫେରାର ମାରିଥିଲେ। କୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିବା ପରେ ସେ ଶୁକ୍ରବାର ଭବାନୀପାଟଣା ଟାଉନ ଥାନାରେ ହାଜର ହୋଇଥିଲେ। ତାଙ୍କ ସହ ରାୟଗଡା ଏରିଆ ରେଞ୍ଜର ପ୍ରକାଶ ରଥ, ଭୁବନେଶ୍ୱର ଏସିଏଫ୍‌ ରଜନୀକାନ୍ତ ରାଉତ ମଧ୍ୟ ହାଜର ହୋଇଥିଲେ। ଭବାନୀପାଟଣା ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ସେମାନଙ୍କୁ ୪ରୁ ୫ ଘଣ୍ଟା ଧରି ଜେରା କରିଥିଲେ। ଶନିବାର ମଧ୍ୟ ସେମାନଙ୍କୁ ପୋଲିସ ଜେରା କରିଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.3 ° C
    26.3 °
    26.3 °
    45 %
    2.3kmh
    3 %
    Sat
    26 °
    Sun
    39 °
    Mon
    41 °
    Tue
    38 °
    Wed
    40 °

    ସମ୍ବନ୍ଧିତ