Saturday, December 27, 2025
25.2 C
Odisha

    ଫରେଷ୍ଟର ବାବୁଙ୍କ ଘରୁ ପୁଳାପୁଳା ସୁନା ଓ ବିଡ଼ାବିଡ଼ା ଟଙ୍କା ଜବତ, ବିଦେଶରେ କରିଥିଲେ ମଉଜ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କୋଟିପତି ଫରେଷ୍ଟରଙ୍କ ସମ୍ପତ୍ତି ଦେଖି ଭାଜିଲାନ୍ସ ତାଜୁବ। ଯେତେ ଖୋଳିଲେ ସେତେ ବାହାରୁଛି । ଭିଜିଲାନ୍ସ ହାତରେ ଲାଗିଛି ଫରେଷ୍ଟ ନିରଞ୍ଜନ ଶତପଥୀଙ୍କ ଟ୍ରାଭେଲ ହିଷ୍ଟ୍ରି । ମାଲେସିଆ ଓ ଥାଇଲାଣ୍ଡ ଭଳି ଜାଗାରେ ମଉଜ କରିଥିଲେ ସରକାରୀ ବାବୁ । ବିଦେଶୀ ଟଙ୍କାରେ ବିଦେଶରେ ମଉଜ କରିବାର ତାଲିକା ଖୋଲିଲା ଭିଜିଲାନ୍ସ । ରେଡ୍ ପରେ କୋରାପୁଟ ସିମିଳିଗୁଡାର କୋଟିପତି ଫରେଷ୍ଟର ନିରଞ୍ଜନ ଶତପଥୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

    ତାଙ୍କ ଘରୁ ମିଳିଥିଲା ୧୨କୋଟି ମୂଲ୍ୟର ଗହଣା, ବିଡ଼ାବିଡ଼ା ଟଙ୍କା । ୯ଲକ୍ଷ ୨୮ହଜାର ଟଙ୍କାର ନଗଦ କ୍ୟାସ୍ ମିଳିଥିଲା । ବିଟ୍ କଏନରେ ଇନଭେଷ୍ଟ କରିଥିଲେ ଦେଢ଼ ଲକ୍ଷ । ବ୍ୟାଙ୍କ ଓ ଇନସୁରାନ୍ସ ଡିପୋଜିଟ୍ ମିଶାଇ ମିଳିଛି ୬୪ଲକ୍ଷ ଟଙ୍କା । ସୌଖୀନ ସାମଗ୍ରୀରେ ଘର ଭର୍ତ୍ତି ହୋଇଛି । ଗତକାଲି ଭୁବନେଶ୍ୱର ସମେତ ଜଗତସିଂହପୁର ଓ କୋରାପୁଟର ପାଞ୍ଚଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ । ୬୨୫ଟଙ୍କାରେ ଚାକିରି ଆରମ୍ଭ କରିଥିବା ଫରେଷ୍ଟର ନିରଞ୍ଜନ କୁବେରପୁରୀ ଭଳି ଘର କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    26 %
    2.3kmh
    0 %
    Sat
    26 °
    Sun
    27 °
    Mon
    28 °
    Tue
    29 °
    Wed
    30 °

    ସମ୍ବନ୍ଧିତ