Friday, October 2, 2026
22.9 C
Odisha

    ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ-୨୦୨୩ ରିପୋର୍ଟ: ଭିତରକନିକାରେ ବଢ଼ିଲା ଲୁଣା ଜଙ୍ଗଲ

    ଆଗକୁ ପଢନ୍ତୁ

    ରାଜନଗର: ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ଅବବାହିକାରେ ବିସ୍ତୃତ ଭିତରକନିକା ଲୁଣା ଜଙ୍ଗଲ କଳେବର ପ୍ରତିବର୍ଷ ବଢ଼ିବାରେ ଲାଗିଛି। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ‘ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ-୨୦୨୩’ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ଭଦ୍ରକ ଓ ପୁରୀ ଜିଲ୍ଲାରେ ଲୁଣା ଜଙ୍ଗଲ କମିଥିଲା ବେଳେ ଗତ ୨ ବର୍ଷରେ ଭିତରକନିକାରେ ଲୁଣା ଜଙ୍ଗଲ ସବୁଠୁ ଅଧିକ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରତି ଦୁଇବର୍ଷରେ ଦେଶରେ ଥିବା ଜଙ୍ଗଲଗୁଡ଼ିକର ସର୍ଭେ କରାଯାଇ ରିପୋର୍ଟ ପ୍ରକାଶ କରାଯାଉଛି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ-୨୦୨୩ର ମ୍ୟାନ୍‌ଗ୍ରୁଭ୍‌ କଭର୍‌ ରିପୋର୍ଟ ଅନୁସାରେ ଦେଶରେ ୭.୪୩ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ହ୍ରାସ ପାଇଛି। ଆନ୍ଧ୍ରପ୍ରଦେଶରେ ୧୩.୦୧ ବର୍ଗ କିମି, ଗୋଆରେ ୧.୯୫ ବର୍ଗ କିମି, କର୍ଣ୍ଣାଟକରେ ୨.୫୪ ବର୍ଗ କିମି, ମହାରାଷ୍ଟ୍ରରେ ୧୨.୩୯ବର୍ଗ କିମି, ପଶ୍ଚିମବଙ୍ଗରେ ୧.୪୧ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିଲା ବେଳେ ଗୁଜରାଟରେ ୩୬.୩୯ ବର୍ଗ କିମି ଲୁଣା ଜଙ୍ଗଲ ହ୍ରାସ ପାଇଛି।ସେହିପରି ଓଡ଼ିଶାରେ ୧.୫୫ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। ସେଥିମଧ୍ୟରୁ ବାଲେଶ୍ୱରରେ ୦.୦୬ ବର୍ଗ କିମି ଓ କେନ୍ଦ୍ରାପଡ଼ାରେ ୧.୬୭ ବର୍ଗ କିମି ଲୁଣା ଜଙ୍ଗଲ ବଢ଼ିଛି। ତେବେ ଭଦ୍ରକରେ ୦.୦୭ ବର୍ଗ କିମି ଓ ପୁରୀରେ ୦.୧୧ ବର୍ଗ କିମି ଲୁଣା ଜଙ୍ଗଲ ହ୍ରାସ ପାଇଛି। ଜଗତସିଂହପୁରରେ ପୂର୍ବ ଅବସ୍ଥା ଅପରିବର୍ତ୍ତିତ ରହିଛି। ୧୯୯୫ରେ ଓଡ଼ିଶା ଉପକୂଳରେ ୧୯୫ ବର୍ଗ କିମି ଲୁଣା ଜଙ୍ଗଲ ଥିଲାବେଳେ ୧୯୯୭ରେ ୨୧୧ ବର୍ଗ କିମି, ୧୯୯୯ରେ ୨୧୫ ବର୍ଗ କିମି, ୨୦୦୧ରେ ୨୧୯ ବର୍ଗ କିମି, ୨୦୦୩ରେ ୨୦୩ ବର୍ଗ କିମି, ୨୦୦୫ରେ ୨୧୭ ବର୍ଗ କିମି, ୨୦୦୯ରେ ୨୨୧ ବର୍ଗ କିମି, ୨୦୧୧ରେ ୨୨୨ବର୍ଗ କିମି, ୨୦୧୩ରେ ୨୧୩ ବର୍ଗ କିମି, ୨୦୧୫ରେ ୨୩୧ ବର୍ଗ କିମି, ୨୦୧୭ରେ ୨୪୩ ବର୍ଗ କିମି, ୨୦୧୯ରେ ୨୫୦.୬୪ ବର୍ଗ କିମି ଓ ୨୦୨୧ରେ ୨୫୮.୫୯ ବର୍ଗ କିମି ଓ ୨୦୨୩ରେ ୨୫୯.୦୬ ବର୍ଗକିମିରେ ପହଞ୍ଚିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ