Tuesday, April 7, 2026
35.3 C
Odisha

    ଫସଲ ବୀମା କରିନଥିବା ଚାଷୀଙ୍କୁ ମିଳିବ ୨୯୧.୫୯ କୋଟି ଟଙ୍କାର ସହାୟତା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଏଥିରେ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଏଣିକି ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ହେଲେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ୍‌ ପାଣ୍ଠିରୁ ସହାୟତା ଦିଆଯିବ। ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଏହି ସୁବିଧା ମିଳିବ ବୋଲି ବି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ପୂର୍ବ ସରକାରଙ୍କ ଅବହେଳା କାରଣରୁ ଆମେ କୃଷି କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିନାହିୁ। ସେହି ସରକାର ଶୀତଳ ଭଣ୍ଡାର କରିବେ ବୋଲି କହିଲେ, କିନ୍ତୁ କଲେନି।  ଆଳୁ ମିଶନ୍, ପଣସ ମିଶନ ହେବ ବୋଲି ପୂର୍ବ ସରକାର ଘୋଷଣା କଲେ, କିନ୍ତୁ ଫଳ କଣ ହେଲା, ତାହା ସମସ୍ତଙ୍କୁ ଜଣା। ପୂର୍ବ ସରକାର କେବଳ ପ୍ରଚାର ସର୍ବସ୍ବ ସରକାର ଥିଲା। ପୂର୍ବ ସରକାର ଚାଷୀଙ୍କୁ ପ୍ରଲୋଭନ ଦେଖାଇ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ।

    ନିକଟରେ ହୋଇଥିବା ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି।  ୨ ଲକ୍ଷ ୨୬ ହଜାର ହେକ୍ଟର ଫସଲ କ୍ଷତି ହୋଇଛି। ଯେଉଁ ଚାଷୀମାନେ ଫସଲ ବୀମାଭୁକ୍ତ ହୋଇନାହାନ୍ତି, ସେମାନଙ୍କୁ କ୍ଷତିପୂରଣ ବାବଦରେ ୨୯୧.୫୯ କୋଟି ଟଙ୍କାର ସହାୟତା ମିଳିବ । ବିଜେପି ସରକାର ଚାଷୀଙ୍କ ସହ ଅଛନ୍ତି ଏବଂ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ