Wednesday, October 14, 2026
26.2 C
Odisha

    ରାଜ୍ୟରେ ଶୀତଲହରୀ ଜାରି: ଦୁଇ ଦିନ ପରେ ପାରା ୩ଡିଗ୍ରି କମିବା ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଗତ କିଛି ଦିନ ହେଲା ପୂରା ଦେଶରେ ଶୀତର ପ୍ରଭାବ ଅନୁଭୂତ ହୋଇଛି। ଏଥିରୁ ଓଡ଼ିଶା ମଧ୍ୟ ବାଦ୍‌ ପଡ଼ିନାହିଁ। ସଂଜ ନଇଁଲେ ଶୀତ ବାଘ ଭଳି ମାଡ଼ିବସୁଛି। ବରିଷ୍ଠ ନାଗରିକ ଓ ପଶୁପକ୍ଷୀଙ୍କୁ ଶୀତ କଲବଲ କରୁଛି। ରାଜ୍ୟରେ ଶୀତଲହରୀ ଆହୁରି କିଛି ଦିନ ଯାଏଁ ଜାରି ରହିବ। କିନ୍ତୁ ଦୁଇ ଦିନ ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହେବାର ଆଶଙ୍କା ରହିଛି। ଆସନ୍ତା ୫ ତାରିଖ ପରଠାରୁ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫଳରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇପାରେ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି। ଅନ୍ୟପଟରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି ଯେ ଜାନୁଆରି ୪ ତାରିଖ ଠାରୁ ଉତ୍ତର-ପଶ୍ଚିମ ଭାରତରେ ପ୍ରଭାବ ପକେଇବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ଦେଶର ମଧ୍ୟ ଭାଗରେ ସକ୍ରିୟ ଗୁରୁଚାପ ବଳୟର ସ୍ଥିତି ପରିବର୍ତ୍ତନ ହେବ। ଏହି କାରଣରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉତ୍ତର/ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଦୁର୍ବଳ ହେବା ସହ ଏକ ପୂର୍ବାଳୀ ନିମ୍ନଚାପ ରେଖା ପ୍ରଭାବରେ ୬ ତାରିଖଠାରୁ ରାଜ୍ୟ ମଧ୍ୟକୁ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହର ପ୍ରାଧାନ୍ୟ ବୃଦ୍ଧି ପାଇପାରେ। ଏହା ପ୍ରଭାବରେ ୫ ତାରିଖ ପରଠାରୁ ରାତ୍ରି ତାପମାତ୍ରା ବୃଦ୍ଧି ସହ ଶୀତର ପ୍ରଭାବ କମିବା ସମ୍ଭାବନା ରହିଛି।

    ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଉରକେଲାରେ ରାଜ୍ୟରେ ସବୁଠୁ ଅଧିକ ଶୀତ ଅନୁଭୂତ ହୋଇଛି। ସେଠାରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୭.୮, କେନ୍ଦୁଝରରେ ୭.୮, ଫୁଲବାଣୀରେ ୭.୫, ଦାରିଙ୍ଗବାଡ଼ିରେ ୮.୫, ସୁନ୍ଦରଗଡ଼ର କିରେଇରେ ୯.୯, କୋରାପୁଟରେ ୧୧.୧ ବାଲେଶ୍ୱରରେ ୧୨, ସମ୍ବଲପୁରରେ ୧୨, ହୀରାକୁଦରେ ୧୨, କଟକରେ ୧୨.୪, ଜଗତସିଂହପୁରରେ ୧୩.୨, ଚାନ୍ଦବାଲିରେ ୧୩.୫ ଓ ଭୁବନେଶ୍ୱରରେ ତାପମାତ୍ରା ୧୪ ଡିଗ୍ରି ରେକର୍ଡ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ