Saturday, October 24, 2026
20.3 C
Odisha

    ଫାୟାର ଷ୍ଟେସନ ଓଭରବ୍ରିଜରେ ୩ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍, ୩ ମୃତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଫାୟାର ଷ୍ଟେସନ ଓଭରବ୍ରିଜରେ ୩ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍, ୩ ମୃତ । ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଫାୟାର ଷ୍ଟେସନ ଓଭରବ୍ରିଜରେ ଘଟିଛି । ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ ଟ୍ରକ୍ ଓଭରବ୍ରିଜ ଉପରେ ତିନୋଟି ଗାଡ଼ିକୁ ଧକ୍କା ଦେଇଥିଲା । ଆଜି ରାତି ୮.୧୫ ରୁ ରାତି ୮.୩୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା ​​ବୋଲି ଟ୍ରାଫିକ୍ ଏସିପି ଉମାକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ଟ୍ରକ୍ ଘଟଣାସ୍ଥଳରୁ ପଳାଇବାରେ ସଫଳ ହୋଇଛି । ସୂଚନା ପାଇବା ପରେ ଖଣ୍ଡଗିରି ପୋଲିସ ଟ୍ରାଫିକ୍ ପୋଲିସ ସହିତ ଘଟଣାସ୍ଥଳକୁ ଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନା ପଠାଯାଇଛି । ଖବର ଲେଖାହେବା ଯାଏ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଅଧିକ ତଦନ୍ତ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    70 %
    1.3kmh
    0 %
    Fri
    20 °
    Sat
    28 °
    Sun
    28 °
    Mon
    28 °
    Tue
    30 °

    ସମ୍ବନ୍ଧିତ