ଇଂଲଣ୍ଡ : ୨୦୨୬ ଫିଫା ବିଶ୍ୱକପରେ ଇଂଲଣ୍ଡ ଫୁଟବଲ୍ ଟିମ୍ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଏବେ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । କ୍ବାର୍ଟର ଫାଇନାଲରେ ଟିମ୍ ନରୱେ ସହିତ ମୁହାଁମୁହିଁ ହେବ । ହେଲେ ଏହି ମ୍ୟାଚ ପାଇଁ ଟିମର ଅନୁଭବୀ ଖେଳାଳି ଜୋର୍ଡନ ହେଣ୍ଡରସନ ଟିମରେ ସାମିଲ ହେବେ ନାହିଁ । ରାଉଣ୍ଡ ଅଫ୍ ୧୬ରେ ଇଂଲଣ୍ଡର ବିଜୟର ଉତ୍ସବ ପାଳନ କରିବା ସମୟରେ ହେଣ୍ଡରସନ ଏକ ଛୋଟ ଭୁଲର ଶିକାର ହୋଇଛନ୍ତି ।
ଖବର ମୁତାବକ, ବିଶ୍ୱକପର ଶେଷ ରାଉଣ୍ଡରେ ଇଂଲଣ୍ଡ ଆୟୋଜକ ମେକ୍ସିକୋକୁ ଭେଟିଥିଲା । ଏହି ରୋମାଞ୍ଚକର ମ୍ୟାଚରେ ଇଂଲଣ୍ଡ ୩-୨ ଗୋଲରେ ବିଜୟୀ ହୋଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । ଟିମ୍ ଜିତିବା ପରେ ଖେଳାଳିମାନେ ସେମାନଙ୍କ ପ୍ରଶଂସକଙ୍କ ସହିତ ସେଲିବ୍ରେସନ କରୁଥିବା ବେଳେ ୩୬ ବର୍ଷୀୟ ଜୋର୍ଡନ ହେଣ୍ଡରସନ ଦୁର୍ଘଟଣାର ଶିକାର ହୋଇଥିଲେ ।
ପ୍ରଶଂସକଙ୍କ ସହ ଖୁସି ମନାଇବା ପରେ ଖେଳାଳିମାନେ ପଡ଼ିଆକୁ ଫେରୁଥିବା ସମୟରେ ହେଣ୍ଡରସନ୍ ଏକ ଡିଜିଟାଲ୍ ବିଜ୍ଞାପନ ବୋର୍ଡ ଉପରେ ଡେଇଁବାକୁ ଚେଷ୍ଟା କରିବା ସମୟରେ ମୁହଁ ମାଡ଼ି ପଡ଼ିଗଲେ । ସେ ପଡ଼ିବା ବେଳେ ତାଙ୍କ ବାମ ହାତ ମୋଡ଼ି ହୋଇଯାଇଥିଲା । ଏହାପରେ ଯନ୍ତ୍ରଣାରେ ଛଟପଟ ହୋଇଥିବାରୁ ତାଙ୍କୁ ତୁରନ୍ତ ଡାକ୍ତରୀ ଦଳ ପରୀକ୍ଷା କରିଥିଲେ । ହେଣ୍ଡରସନଙ୍କୁ ଷ୍ଟ୍ରେଚରରେ ବାହାରକୁ ନିଆଯାଇଥିଲା ।
ହସପିଟାଲରେ ପରୀକ୍ଷା ପରେ ତାଙ୍କ ବାମ ହାତରେ ହୋଇଥିବା ଜଣାପଡିଛି । ହେଣ୍ଡରସନ ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଏହି ସୂଚନା ସେୟାର କରିଛନ୍ତି । ସେ ଅସ୍ତ୍ରୋପଚାର କରିଥିବା ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଚନ୍ତି । ସେ ଏବେ ମେକ୍ସିକୋରୁ ଆମେରିକା ଫେରିଛନ୍ତି, ଯେଉଁଠାରେ ଇଂଲଣ୍ଡ ଦଳ କାନସାସ ସିଟିରେ କ୍ୟାମ୍ପ କରୁଛି । ସେ କ୍ୱାର୍ଟର ଫାଇନାଲରେ ଖେଳିପାରିବେ ନାହିଁ ତାହା ଏଯାଏଁ ଜଣାପଡିନାହିଁ ।
